ଡାଇବେଟିସ ରୋଗୀ କେବେ ଭୁଲନ୍ତୁ ନାହିଁ...

ଡାଇବେଟିସ ରୋଗୀ କେବେ ଭୁଲନ୍ତୁ ନାହିଁ...

ଡାଇବେଟିସ ରୋଗୀ କେବେ ଭୁଲନ୍ତୁ ନାହିଁ...

ଡାଇବେଟିସ୍‌ ଏକ ଏମିତି ରୋଗ, ଯାହାକୁ କଣ୍ଟ୍ରୋଲ ତ କରି ହେବ, କିନ୍ତୁ ମୂଳରୁ ଭଲ କରି ହେବ ନାହିଁ। ଡାଇବେଟିସ୍‌ରେ ରୋଗୀଙ୍କୁ ବ୍ଲଡ ସୁଗାର ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। ଏହା ଏକ ନିର୍ଦ୍ଦିଷ୍ଟ ସୀମା ଠାରୁ କମ୍‌ ହେଲେ କି ବଢ଼ିଲେ ଶରୀର ପାଇଁ ବିପଦ ସୃଷ୍ଟି କରିପାରେ। ଏହି କାରଣରୁ ଡାଇବେଟିସ୍‌ ରୋଗୀ ନିଜ ଡାଏଟ୍‌କୁ ନେଇ ସବୁ ବେଳେ ଚିନ୍ତାରେ ରହିଥାନ୍ତି। କିନ୍ତୁ ଡାଇବେଟିସ୍‌ ରୋଗୀ ନିଜ ପାଇଁ ଭଲ କରିବାକୁ ଯାଇ ବେଳେବେଳେ ଏମିତି ଭୁଲ କରି ବସନ୍ତି, ଯାହାର ପ୍ରଭାବ ତାଙ୍କ ବ୍ଲଡ୍‌ ସୁଗାର ଉପରେ ପଡ଼ିଥାଏ।

ସାଧାରଣତଃ ଅବହେଳାରୁ ହେଉ କିମ୍ବା ଭୁଲିଯିବା ଯୋଗୁ ଅଧିକାଂଶ ଲୋକ ସକାଳର ଜଳଖିଆ ଖାଇନଥାନ୍ତି। ସାଧାରଣ ଲୋକଙ୍କ ପାଇଁ ଏମିତି ଚଳିପାରେ। କିନ୍ତୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଅଭ୍ୟାସ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

 ଡାକ୍ତରଙ୍କ କହିବାନୁସାରେ, ରାତିରେ ଖାଇବା ପରେ ଯଦି ସକାଳେ ଡେରିରେ ଟିଫିନ୍‌ କରୁଛନ୍ତି ତେବେ ଡାଇବେଟିସ୍‌ ରୋଗୀଙ୍କ ଶରୀରରେ ହାଇପୋଗ୍ଲାଇସେମିଆର ଆଶଙ୍କା ବଢ଼ିଯାଏ। ଏହି ଅବସ୍ଥାରେ ଶରୀରରେ ବ୍ଲଡ୍‌ ଗ୍ଲୁକୋଜ୍‌ ଲେବଲ ବହୁତ କମ୍‌ ହୋଇଯାଏ। ଯେକୌଣସି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଅବସ୍ଥା ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ। ଏଣୁ ଡାଇବେଟିସ୍‌ ରୋଗୀ କୌଣସି ପରିସ୍ଥିତିରେ ବି ଜଳଖିଆ ମିସ୍‌ କରନ୍ତୁ ନାହିଁ।

ବ୍ଲଡ ସୁଗାର ରୋଗୀ ଯଦି ସକାଳ ଜଳଖିଆ ଖାଇପାରୁନାହାନ୍ତି ତେବେ ସକାଳୁ ଫଳ, ଜୁସ୍‌, ଚିନାବାଦାମ କିମ୍ବା କିଛି ହେଲଦି ସ୍ନାକ୍ସ ଖାଆନ୍ତୁ। ଏତିକି ଧ୍ୟାନ ରଖନ୍ତୁ ଯେ ଖାଲି ପେଟରେ ଯେମିତି ନ ରୁହନ୍ତି।