ଡିଆର୍ଡିଓ ତଥ୍ୟ ଲିକ୍ ମାମଲା, କ୍ରାଇମ୍ବ୍ରା୍ଞ୍ଚ ଅଫିସରେ ଆଜିଠାରୁ ଜେରା
ଡିଆର୍ଡିଓ ତଥ୍ୟ ଲିକ୍ ମାମଲା, କ୍ରାଇମ୍ବ୍ରା୍ଞ୍ଚ ଅଫିସରେ ଆଜିଠାରୁ ଜେରା
ବାଲେଶ୍ୱର: ଡିଆର୍ଡିଓ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଆଜିଠୁ ଏହି ଅଭିଯୁକ୍ତମାନଙ୍କ ରିମାଣ୍ଡ ଅବଧି ଆରମ୍ଭ ହେଉଥିବା ବେଳେ ଆଜିଠୁ ଆରମ୍ଭ ହେବ ମାରାଥନ୍ ଜେରା । ଅଭିଯୁକ୍ତ ମାନଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସ୍ ରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଚାନ୍ଦିପୁର କ୍ଷେପଣସ୍ତ୍ର ପ୍ରତିଷ୍ଠାନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରି ପାକିସ୍ତାନୀ ଓ ଅନ୍ୟ ବିଦେଶୀ ଏଜେଣ୍ଟଙ୍କୁ ବିକ୍ରି କରିବା ଅଭିଯୋଗରେ ଗତ ୧୫ ତାରିଖରେ ଆଇଟିଆରର ୫ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ୍ । ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା । ଏବଂ ଏହାକୁ ଅନୁମତି ଦେଇଥିଲେ ବାଲେଶ୍ୱର ଏସଡିଜେଏମ୍ କୋର୍ଟ । ୭ ଦିନିଆ ରିମାଣ୍ଡ ପାଇଁ ବାଲେଶ୍ୱର କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଏବଂ ଆଜି ଏହି ୭ ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହୋଇଛି । ଏହି ମାମଲାରେ ଏପର୍ୟ୍ୟନ୍ତ ୫ ଗଣ ଗିରଫ ହୋଇଥିବା ବେଳେ ଆଉ କିଛି ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ହାସଲ ତଥା ପଚରାଉଚରା କରିବା ପାଇଁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇଛି ।