ତାଉ’ତେ ସର୍ବାଧିକ ୧୮୫ କିମି ଛୁଇଁବ

ତାଉ’ତେ ସର୍ବାଧିକ ୧୮୫ କିମି ଛୁଇଁବ

ତାଉ’ତେ ସର୍ବାଧିକ ୧୮୫ କିମି ଛୁଇଁବ
ଭୁବନେଶ୍ୱର: ଆରବସାଗରରେ ସୃଷ୍ଟ ବାତ୍ୟା ତାଉ’ତେର ପ୍ରଭାବ ଅମ୍ଫାନ ଭଳି ରହିବ ବୋଲି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, ତାଉ’ତେ ମୁକାବିଲା ପାଇଁ ଏନଡିଆରଏଫର ୨୮ଟି ଟିମ ପ୍ରସ୍ତୁତ ଅଛି । ବାତ୍ୟା ବେଳେ ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଲାଗିବେ । ଗତ ଅମ୍ଫାନ ବାତ୍ୟାରେ ପବନ ବେଗ ୧୯୦ କିମି ରହିଥିଲା । ଏବେ ଆଇଏମଡି କହିବା ଅନୁସାରେ ତାଉ’ତେ ସର୍ବାଧିକ ୧୮୫ କିମି ଛୁଇଁବ । ତାଉ’ତେ ପ୍ରଭାବରେ କଚ୍ଚାଘର, ଟିଣ ଛପର ଭାଙ୍ଗିବା ସହ ଗଛ ଉପୁଡ଼ିବ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଆଜି ରାତିରେ ତାଉ’ତେ ଗୁଜୁରାଟ ଉପକୂଳ ଛୁଇଁବ । ଏବେ ସାଂଘାତିକ ବାତ୍ୟାଭାବେ ତାଉ’ତେ ଆଗକୁ ବଢିଚାଲିଛି । ପୋରବନ୍ଦର ଓ ମହୁବା ଦେଇ ରାତି ୮ରୁ ୧୧ଟା ଭିତରେ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁଲାବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ମଝିରେ ମଝିରେ ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ପର୍ଯ୍ୟନ୍ତ ଯିବ । ରାତି ତମାମ ପବନ ଲାଗି ରହି କାଲି ସକାଳକୁ କ୍ରମେ କମିବ ବୋଲି ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।