ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ

ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ

ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ
ନୂଆଦିଲ୍ଲୀ:ଦେଶ ପାଳଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଜାତୀୟ ସ୍ତରୀୟ ଗଣତନ୍ତ୍ର ଉତ୍ସବ ପାଳନ ଚାଲିଛି । କୋଭିଡ କଟକଣା ଭିତରେ ଜାତୀୟ ସ୍ତରୀୟ ପରେଡ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ପରେଡ୍ ଅଭିବାଦନ ଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ରହିଛନ୍ତି । ରାଜପଥରେ ଭାରତର ଶକ୍ତି ପ୍ରଦର୍ଶନ ଚାଲିଛି । ଏବର୍ଷ ବିନା ଅତିଥିରେ ଗଣତନ୍ତ୍ର ଦିବସ ପାଳନ ହେଉଛି । ବିଜୟଚୌକରୁ ନ୍ୟାସନାଲ ଷ୍ଟାଡିୟମ ପର୍ଯ୍ୟନ୍ତ ପରେଡ୍ ଚାଲୁଛି । ମହନୀୟ ଐତିହ୍ୟ, ସଂସ୍କୃତି ସହ ଯୁଦ୍ଧକୌଶଳର ପ୍ରଦର୍ଶନ ହେଉଛି । ରାଫେଲ ଯୁଦ୍ଧ ବିମାନ ପରେଡରେ ପ୍ରଥମ ଥର ପାଇଁ ସାମିଲ ହୋଇଛି । ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଏଥର ରାଜପଥରେ ସମୁଦାୟ ୩୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସେଥିରୁ ୧୭ଟି ହେଉଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର, ୬ଟି ପ୍ରତିରକ୍ଷା ମନ୍ତ୍ରାଳୟର ଏବଂ ୯ଟି କେନ୍ଦ୍ର ମନ୍ତ୍ରାଳୟ ଏବଂ ପାରାମିଲିଟାରି ଫୋର୍ସର। ଏହି ସବୁ ପ୍ରଜ୍ଞାପନ ମେଢ଼ରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆର୍ଥିକ ପ୍ରଗତି ଏବଂ ପ୍ରତିରକ୍ଷା ପରାକ୍ରମ ବର୍ଣ୍ଣିତ ହୋଇଛି।