ଦେଶରେ କରୋନା ସୁନାମୀ: ଦିନକରେ ୨ ଲକ୍ଷ ୮୧ ହଜାର ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ସୁନାମୀ: ଦିନକରେ ୨ ଲକ୍ଷ ୮୧ ହଜାର ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ସୁନାମୀ: ଦିନକରେ ୨ ଲକ୍ଷ ୮୧ ହଜାର ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୮୧ ହଜାର ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪ ହଜାର ୧୦୬ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୯୦ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ ରେ ପହଂଚିଛି । ଦେଶରେ ୩୫ ଲକ୍ଷ ୧୬ ହଜାର ୯୯୭ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୨ କୋଟି ୧୧ ଲକ୍ଷ ୭୪ ହଜାର ୦୭୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୧୮ କୋଟି ୨୯ ଲକ୍ଷ ୨୬ ହଜାର ୪୬୦ ଜଣ ଟିକା ନେଇ ସାରିଲେଣୀ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।