ଧାରା ୩୭୦ ଲାଗୁ କରିବା ପାଇଁ ପାକିସ୍ତାନ ଯାଆନ୍ତୁ ଅବଦୁଲ୍ଲା : ସଞ୍ଜୟ ରାଉତ

ଧାରା ୩୭୦ ଲାଗୁ କରିବା ପାଇଁ ପାକିସ୍ତାନ ଯାଆନ୍ତୁ ଅବଦୁଲ୍ଲା : ସଞ୍ଜୟ ରାଉତ

ଧାରା ୩୭୦ ଲାଗୁ କରିବା ପାଇଁ ପାକିସ୍ତାନ ଯାଆନ୍ତୁ ଅବଦୁଲ୍ଲା : ସଞ୍ଜୟ ରାଉତ
ଶ୍ରୀନଗର : ଧାରା ୩୭୦ ଏବଂ ୩୫ ଏକୁ ନେଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ କଟାକ୍ଷ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । କୌଣସି ବି ପରସ୍ଥିତିରେ ଦେଶରେ ଧାରା ୩୭୦ ଲାଗୁ କରାଯିବ ନାହିଁ ବୋଲି ରାଉତ କହିଥିଲେ । ଏହା ସହିତ ଯଦି ଫାରୁକ ୩୭୦ ଲାଗୁ କରିବାକୁ ଚାହାନ୍ତି ତେବେ ସେ ପାକିସ୍ତାନ ଯାଇ କରି ପାରନ୍ତି ବୋଲି ରାଉତ କହିଛନ୍ତି । ଦୁଇ ଦିନ ପୂର୍ବରୁ ଏକ ସଭାରେ ଧାରା ୩୭୦କୁ ନେଇ ଅବଦୁଲ୍ଲା ବିବାଦୀୟ ବୟାନ ଦେଇଥିଲେ । “ଯେଉଁମାନେ ମୋତେ ପାକିସ୍ତାନ ଯିବା ପାଇଁ କହୁଛନ୍ତି ସେମାନେ ମନେ ରଖିବା ଉଚିତ ମୋ ପାଖରେ ୧୯୪୭ରେ ପାକିସ୍ତାନ ଯିବାର ସୁଯୋଗ ରହିଥିଲା । ଏହା ମହତ୍ମା ଗାନ୍ଧୀଙ୍କ ଭାରତ ବିଜେପିର ନୁହେଁ । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଧାରା ୩୭୦ ପାଇଁ ଲଢେଇ ଜାରି ରଖିବି” । ଦୁଇ ଦିନ ପୂର୍ବରୁ ଏଭଳି ବିବାଦୀୟ ବୟାନ ଦେଇଥିଲେ ଅବଦୁଲ୍ଲା ।ଏହାକୁ ନେଇ ଶିବସେନାର ରାଜ୍ୟସଭା ସାଂସଦ ତଥା ପ୍ରମୁଖ ମୁଖପାତ୍ର ସଞ୍ଜୟ ରାଉତ ପ୍ରତି୍ରକ୍ରିୟା ପ୍ରକାଶ କରିଥିଲେ । ପାକିସ୍ତାନ ଯାଇ ଅବଦୁଲ୍ଲା ଏପରି କରିପାରନ୍ତି । ଭାରତରେ ଧାରା ୩୭୦ ଏବଂ ୩୫ ଏ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଉତ ।