କମିଶନରେଟ ପୋଲିସର ଲକ୍ଷ୍ମଣ ରେଖା : ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କମିଶନରେଟ ପୋଲିସର ଲକ୍ଷ୍ମଣ ରେଖା : ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କମିଶନରେଟ ପୋଲିସର ଲକ୍ଷ୍ମଣ ରେଖା : ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ କମିଶନରେଟ ପୁଲିସ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ଯାହାର ନାଁ ରହିଛି ‘ଲକ୍ଷ୍ମଣ ରେଖା’ । ପୁଲିସ କର୍ମଚାରୀ ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ ଏହି ଯୋଜନା ଆରମ୍ଭ ହେବ । ଏଥିପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯିବ । ଥାନାରୁ ଥାନା ବୁଲି ଏହି ଡାକ୍ତରୀ ଟିମ ପୁଲିସ କର୍ମଚାରୀଙ୍କୁ ଯାଞ୍ଚ କରିବେ । ପ୍ରଥମ ପର୍ୟ୍ୟାୟରେ ୧୮ ଶହରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିରେ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ଦୃଷ୍ଟିରେ ରଖି କରୋନାର ଦ୍ୱିତୀୟ ଲହରୀ ଦିଗରେ ସଜାଗ ହେଉଛି ପୁଲିସ । ଶୀତ ଦିନେ ସଂକ୍ରମଣ ଆଶଙ୍କେ ଅଧିକ ଥିବାରୁ କୌଣସି ପୁଲିସ କର୍ମଚାରୀଙ୍କ ଠାରେ କାଶ, କଫ ବା ଜ୍ୱର ଭଳି ଲକ୍ଷଣ ଦେଖାଗଲେ ସେମାନଙ୍କୁ ୫ ଦିନ ପର୍ୟ୍ୟନ୍ତ ନଜରରେ ରଖାଯିବ ବୋଲି ପୁଲିସ କମିଶନର କହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନ ହେଲେ ତୁରନ୍ତ ଅସୁସ୍ଥ କର୍ମଚାରୀଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯିବ । ଏହି ୫ ଦିନ ଭିତରେ ପୀଡ଼ିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିବ ଡାକ୍ତରୀ ଟିମ । କରୋନା ସଂକ୍ରମଣକୁ ଖାତିର ନ କରି ନିଜ ଜୀବନକୁ ବାଜି ଲଗାଇ ପୁଲିସ ନିଜ କର୍ତ୍ତବ୍ୟ କରି ଚାଲିଛି । ଏଭଳି ପରିସ୍ଥିତିରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଲେ ଆଇନଶୃଙ୍ଖଳା ମଧ୍ୟ ବଜାୟ ରହିବ ।