ବର୍ଷା-ଅନୁଭବ ହ୍ୱାଟସଆପ ମେସେଜ; ପଢ଼ିଲେ କାନ୍ଦି ପକେଇବେ

ବର୍ଷା-ଅନୁଭବ ହ୍ୱାଟସଆପ ମେସେଜ; ପଢ଼ିଲେ କାନ୍ଦି ପକେଇବେ

ବର୍ଷା-ଅନୁଭବ ହ୍ୱାଟସଆପ ମେସେଜ; ପଢ଼ିଲେ କାନ୍ଦି ପକେଇବେ
ଭୁବନେଶ୍ୱର : ଓଲିଉଡ଼ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ତିକ୍ତତା ଏତେ ବଢ଼ିଯାଇଛିଯେ, ସେମାନେ ଆଉ ଏକାଠି ହେବାର ଆଶା ବି ଦେଖାଯାଉନି । ଏସବୁ ଭିତରେ ଫେସବୁକରେ ବର୍ଷାଙ୍କୁ ଅନୁଭବ କି ହ୍ୱାଟସଆପ ମେସେଜ ଦେଇଥିଲେ ତାହା ଭାଇରାଲ ହେବାରେ ଲାଗିଛି । ଦ ଅନୁଭବ ମହାନ୍ତି ହାର୍ଟସ ଅଫ ମିଲିୟନସ ଅଫ ପିପୁଲସ ନାମକ ଏକ ପେଜରେ ଏହା ଭାଇରାଲ ହେଉଛି । କିନ୍ତୁ ଅନୁଭବଙ୍କର ଏହା ପ୍ରକୃତ ମେସେଜ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଉଭୟଙ୍କୁ ମେସେଜର ସ୍କି୍ରନ ସଟ ଟ୍ୟାଗ କରାଯାଇଛି । ୨୦୧୫ ଜୁଲାଇ ୧୨ରେ ବର୍ଷାଙ୍କୁ ଅନୁଭବ ଲେଖିଛନ୍ତି... ମୁଁ ବେଶୀ ଇନସୁଲିନ ନେଇଛି, କିନ୍ତୁ ବିଲକୁଲ ଖାଇନି । ମୁଁ ନଖାଇକି କାନ୍ଦୁଛି, ହେଲେ ତୁମେ ଆରାମରେ ଶୋଇଯାଇଛ । ମୁଁ ତୁମକୁ ମୋ ହୃଦୟରୁ ବହୁତ ଭଲ ପାଏ । ମୋ ଜୀବନଠୁ ଅଧିକ ଭଲ ପାଏ । କିନ୍ତୁ ମୋତେ କୁକୁରଙ୍କ ଭଳିଆ କାହିଁକି ଇଗନୋର କରୁଛ । ହନି, ମୁଁ ତମ ଗୋଡ଼ ଧରୁଛି । ହାତଯୋଡ଼ି ଭୁଲ ମାଗୁଛି । ତମକୁ କନେ୍ଦଇଥିବାରୁ ମୋତେ ସତରେ କଷ୍ଟ ଲାଗୁଛି । ତମେ ମୋତେ ରିପ୍ଲାଏ ଦଉନ କି ମୋ ଫୋନ ଉଠାଉନ । ଦେଢ଼ ବର୍ଷ ପରେ ଆମେ ପୁଣି ଏକାଠି ହୋଇଛେ... ପ୍ଲିଜ ହନି... ହନି ମ ଗୋଡ଼ ତଳେ ମୋ ମୁଣ୍ଡ ରଖୁଛି... ତୁମେ ମୋ ଜୀବନ । ମୁଁ ନିଜକୁ ମାରିଦେବି । ତୁମର ମୋ ପ୍ରତି କିଛି ଫିଲିଙ୍ଗସ ନାହିଁ । ତୁମେ ମୋତେ ଜମା ବି ମିସ କରୁନା । ତୁମେ ମୋତେ ଏକୁଟିଆ ଛାଡ଼ି ଦେଉଛ ଏମିତି ଅନେକ ମେସେଜ ରହିଛି । ଅନୁଭବ ନିଜ ଫଟୋ ସେୟାର ବି କରିଛନ୍ତି... ଖାଲି ସେତିକିନୁହେଁ, ବର୍ଷାଙ୍କ ଭଉଣୀ ଦେବଯାନୀ ସାହୁଙ୍କୁ ଅନୁଭବ କ’ଣ ଲେଖିଛନ୍ତି ତାହା ବି ଭାଇରାଲ ହୋଇଛି । ଦେବଯାନୀଙ୍କୁ ଅନୁଭବ ଛୋଟଦି ଡାକନ୍ତି । ଦେବଯାନୀ ଉଭୟଙ୍କ ହାଫି ଲାଇଫ ଚାହୁଁଛନ୍ତି । ଅନୁଭବ ଲେଖିଛନ୍ତି, ସେ ମୋତେ ଠିଆ କରେଇଛି । କିନ୍ତୁ ୫ ବର୍ଷର ବାହାଘର ପରେ ବି ସେ ମୋ ସହ ଶାରୀରିକ ସମ୍ପର୍କ ରଖୁନାହାନ୍ତି । ମୁଁ ବଂଚିପାରିବନି, କିଛି ନହେଲେ ମୋତେ ଶାନ୍ତିରେ ମରିବାକୁ ଦିଅ ।