ନିର୍ବାଚନ ପରେ ତେଲ ଦର ବଢ଼ିବ!

ନିର୍ବାଚନ ପରେ ତେଲ ଦର ବଢ଼ିବ!

ନିର୍ବାଚନ ପରେ ତେଲ ଦର ବଢ଼ିବ!

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ୍ ଆସନ୍ତା ମାସଠାରୁ ପୁଣି ମହଙ୍ଗା ହେବା ଭଳି ଆଶଙ୍କା ସୃଷ୍ଟି ହୋଇଛି । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ  ଦରବୃଦ୍ଧିକୁ ଅଟକାଇ ଦିଆଯାଇଛି ବୋଲି କୁହାଯାଉଛି। ନିର୍ବାଚନ ଶେଷ ହେବାପରେ ପେଟ୍ରୋଲର ଦାମ୍ ପୁଣି ବଢିବ ବୋଲି ଏବେ ଅନୁମାନ କରାଯାଉଛି। ଏହାପଛର ମୁଖ୍ୟ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୩ଡଲାର ହୋଇଗଲାଣି । ନିର୍ବାଚନ ନଥିଲେ  ଲୋକମାନଙ୍କୁ ଏବେଠାରୁ ତେଲ କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡୁଥାନ୍ତା ବୋଲି ବିଶେଷଜ୍ଞ କହୁଛନ୍ତି। ସାରା ବିଶ୍ୱରେ କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ବ୍ୟାପିବା ପରେ ତୈଳ ଚାହିଦା ହଠାତ୍ ହ୍ରାସ ପାଇଥିଲା ।

ଫଳରେ ୨୦୨୧ ଡିସେମ୍ବର୧ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୯ଡଲାରକୁ ଖସିଯାଇଥିଲା । ଏହା ପୂର୍ବରୁ ୨୦୨୧ ନଭେମ୍ବର ୪ରୁ ଏହାର ଦାମ୍ ୮୪ ଡଲାର ଭଳି ଉଚ୍ଚ୍ ସ୍ତରରେ ଥିଲା । ଗତବର୍ଷ ନଭେମ୍ବର ୪ ପରେ ଅଶେଧିତ ତୈଳ ଦାମ୍ ବ୍ୟାରେଲ ପିଛା ୧୨ଡଲାର ବଢିଛି । ଏବେ ତାହା ୯୩ଡଲାରରେ ପହଞ୍ଚି ଯାଇଛି । ୨ପ୍ରମୁଖ ତୈଳ ଉପôାଦନକାରୀ ରାଷ୍ଟ୍ର ଋଷିଆ, ୟୁକ୍ରେନ ମଧ୍ୟରେ ଉତ୍ତଜନା ଲାଗି ରହିଥିବାରୁ ତାହାର ପ୍ରଭାବରେ ବଜାରରୁ ତୈଳ ଯୋଗାଣ ହ୍ରାସ ପାଇଛି । ଇଣ୍ଡିଆ ରେଟିଙ୍ଗ୍ସ ଆଣ୍ଡ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ସୁନିଲ କୁମାର ସିହ୍ନା କହିଛନ୍ତି ଯେ, ଏବେ ତୈଳ ଦର ଉପରେ ଅର୍ଥନୀତି ନୁହେଁ ରାଜନୀତିର ପ୍ରଭାବ ରହିଛି।