ନିର୍ଭୟା ଗଣଦୁଷ୍କର୍ମ ମାମାଲାରେ ବିଧାୟକ କୁଲଦୀପଙ୍କୁ ଆଜୀବନ ଜେଲ
ନିର୍ଭୟା ଗଣଦୁଷ୍କର୍ମ ମାମାଲାରେ ବିଧାୟକ କୁଲଦୀପଙ୍କୁ ଆଜୀବନ ଜେଲ
admin
Dec 20, 2019 - 10:19
Updated: Dec 20, 2019 - 10:19
ନୂଆଦିଲ୍ଲୀ - ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲା ରାୟ ପ୍ରକାଶ ପାଇଛି । ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି । ଦିଲ୍ଲୀର ତିସହଜାରୀ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୨୦ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ମଧ୍ୟ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଚାକିରି ନାମରେ ନାବାଳିକାକୁ ବିଧାୟକ କୁଲଦୀପ ସିଂ ସେଙ୍ଗର ଦୁଷ୍କର୍ମ କରିବାର ଅଭିଯୋଗ କରିଥିବା ଅଭିଯୋଗ ଥିଲା । ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ଗତ କୋର୍ଟ ସୋମବାର ଏହି ମାମଲାର ଶୁଣାଣି ଶେଷ କରି ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦ ତାରିଖ ଅର୍ଥାତ ଶୁକ୍ରବାର ପର୍ୟ୍ୟନ୍ତ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ଶୁକ୍ରବାର କୋର୍ଟ ନିଜର ରାୟ ଘୋଷଣା କରିଛନ୍ତି।
୨୦୧୭ରେ ଉନ୍ନାଓ ନାବାଳିକ ଗଣଦୁଷ୍କର୍ମ ଖବର ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ନାବାଳିକା ପୀଡ଼ିତାର ଅଭିଯୋଗକୁ ପ୍ରଥମେ ପୁଲିସ ଗୁରୁତର ସହ ଗ୍ରହଣ କରିନଥିଲା । ତେବେ ପରେ ସଂପୃକ୍ତା ନାବାଳିକା ଜଣକ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘର ଆଗରେ ଧାରଣା ଦେବା ସହ ଆତ୍ମାହୂତି ଦେବାର ଧମକ ଦେଇଥିଲେ । ଫଳରେ ଉତରପ୍ରଦେଶ ପୁଲିସ ପ୍ରଶାସନ ତପôର ହୋଇ ଉଠିଥିଲା । ସେଙ୍ଗରଙ୍କ ଭାଇ ପୀଡ଼ିତାଙ୍କ ବାପାଙ୍କୁ ଆକ୍ରମଣ ପରେ ପୀଡ଼ିତା ଜଣଙ୍କ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ।
ସୂଚନାଯୋଗ୍ୟଯେ, ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରେ ଦିଲ୍ଲୀର ତିସହଜାରୀ କୋର୍ଟ ଏହି ମାମଲାର ଶୁଣାଣୀ କରିଥିଲେ । ସେହିପରି ଚଳିତ ବର୍ଷ ଜୁଲାଇରେ ପୀଡ଼ିତାର କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ପୀଡ଼ିତାର ଖୁଡ଼ି ଓ ମାଉସୀଙ୍କର ମୃତୁ୍ୟ ହୋଇଥିଲା । ଅପରପକ୍ଷରେ ପୀଡ଼ିତା ଓ ତା’ର ଓକିଲ ଆହତ ଅବସ୍ଥାରେ ହସପିଟାଲରେ ଭର୍ତି ହୋଇଥିଲେ । ସେହିପରି ବିଧାୟକଙ୍କ ଭାଇର ଅଭିଯୋଗକ୍ରମେ ତାଙ୍କ ଦାଦାଙ୍କୁ ମଧ୍ୟ ଜେଲରେ ଭର୍ତି କରିଦିଆଯାଇଛି ।