ନିଶ୍ଚିତକୋଇଲିର ଜୟୀରାମପୁର ଓ ସାଲେପୁରର କାନପୁର ଗାଁକୁ ଅବରୋଧ କରିଛି ପ୍ରଶାସନ

ନିଶ୍ଚିତକୋଇଲିର ଜୟୀରାମପୁର ଓ ସାଲେପୁରର କାନପୁର ଗାଁକୁ ଅବରୋଧ କରିଛି ପ୍ରଶାସନ

ନିଶ୍ଚିତକୋଇଲିର ଜୟୀରାମପୁର ଓ ସାଲେପୁରର କାନପୁର ଗାଁକୁ ଅବରୋଧ କରିଛି ପ୍ରଶାସନ
କଟକ ଜିଲ୍ଲାର ଦୁଇଟି ଗାଁକୁ ସିଲ୍ କରିଛି ପ୍ରଶାସନ । ନିଶ୍ଚିତକୋଇଲି ତହସିଲର ଜୟୀରାମପୁର ଗାଁ ଓ ସାଲେପୁର ତହସିଲର କାନପୁର ଗାଁକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । ଏ ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଅଂଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରି ଦିଆଯାଇଛି । ସୂଚନା ଅନୁସାରେ ଗତ ମାର୍ଚ୍ଚ ୨୧ ତାରିଖରେ ଦୁଇ ଗାଁକୁ ବୁଲି ଆସିଥିଲେ ଯାଜପୁରର କରୋନା ଆକ୍ରାନ୍ତ । ଏହି ଘଟଣା ଜଣାପଡିବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଭୁବନେଶ୍ୱର ସୁନ୍ଦରପଦା ଅଂଚଳ ସିଲ୍ କଲା ବିଏମସି । କପିଳପ୍ରସାଦ ଅଂଚଳରୁ ଜଣେ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ ସିଲ୍ କରାଯାଇଛି । ଏହି ଅଂଚଳରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ଏହି ଅଂଚଳ ଭିତରକୁ ପଶିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ କାଳୁଆଶୁଣି ମନ୍ଦିର, ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ ସରକନ୍ତରା ନ୍ୟୁ କଲଭର୍ଟ, କାଳୁଆଶୁଣି ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଏସଇଟିପି ଏବଂ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନ୍ୟୁ କଲଭର୍ଟ ଯାଏ ଅଂଚଳକୁ ସିଲ କରାଯାଇଛି । ସଂପୃକ୍ତ ଅଂଚଳକୁ କଂଟେନମେଂଟ୍ ଜୋନ୍ ଅର୍ଥାତ୍ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି ।