ପଣିକିଆ କହିନପାରିବାରୁ ଛାତ୍ରଙ୍କୁ ମାଡ , ଶିକ୍ଷକ ଗିରଫ

ପଣିକିଆ କହିନପାରିବାରୁ ଛାତ୍ରଙ୍କୁ ମାଡ , ଶିକ୍ଷକ ଗିରଫ

ପଣିକିଆ କହିନପାରିବାରୁ ଛାତ୍ରଙ୍କୁ ମାଡ , ଶିକ୍ଷକ ଗିରଫ
କେନ୍ଦ୍ରାପଡ଼ା: ପଣିକିଆ କହିନପାରିବାରୁ ଛାତ୍ରଙ୍କୁ ମାଡ଼ । ଏହାକୁ ନେଇ ପୁଲିସରେ ଅଭିଭାବକ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ଘଟଣାଟି ବିଶ୍ୱାସ ହେଉନଥିଲେ ବି ସତ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ପୁରୁଷୋତ୍ତମପୁର ଗ୍ରାମର ଜଣେ ଟିଉସନ୍ ଶିକ୍ଷକ, ଷ୍ଟାଣ୍ଡାର୍ଡ ୩ର ଜଣେ ଛାତ୍ରକୁ ମାଡ ମାରି ଗିରଫ ହୋଇଛନ୍ତି । ପାଠ ପଢାଇବା ବେଳେ ପଣିକିଆ ପଚାରିବାରୁ ଛାତ୍ର ଜଣଙ୍କ କହିପାରିନଥିଲେ । ଏଥିରେ ରାଗି ଯାଇ ସାର୍ ଜଣକ ନିର୍ମମ ଭାବେ ପିଲାଟିକୁ ବାଡେଇଥିଲେ । ମାଡ ଏତେ ଜୋରରେ ଥିଲା ଯେ, ଛାତଙ୍କ ପିଠି ଓ ଖୁଆରେ ଛକ ପଡିଯାଇଥିଲା । ଏନେଇ ଛାତ୍ରଙ୍କ ବାପା ମାନସ ରଞ୍ଜନ ପରିଡା ପୋଲିସ ପାଖରେ ଅଭିଯୋଗ କରିଥିଲେ । ମାର୍ଶାଘାଇ ଥାନାରେ ଏନେଇ ଅଭିଯୋଗ ପରେ ଟିଉସନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।