ପରୀ ମାମଲାରେ ଏସଆଇଟିର ଚାର୍ଜସିଟ୍, ଜାଣନ୍ତୁ ଚାର୍ଜସିଟରେ କଣ ରହିଛି

ପରୀ ମାମଲାରେ ଏସଆଇଟିର ଚାର୍ଜସିଟ୍, ଜାଣନ୍ତୁ ଚାର୍ଜସିଟରେ କଣ ରହିଛି

ପରୀ ମାମଲାରେ ଏସଆଇଟିର ଚାର୍ଜସିଟ୍, ଜାଣନ୍ତୁ ଚାର୍ଜସିଟରେ କଣ ରହିଛି
ଭୁବନେଶ୍ୱର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ଏହି ମାମଲାରେ ଆଜି ଏସଆଇଟି ଚାର୍ଜସିଟ ଦାଖଲ କରିଛି । ତଦନ୍ତକାରୀ ଟିମ ପକ୍ଷରୁ ଉକ୍ତ ଚାର୍ଜସିଟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇଛି । ତଦନୁଯାୟୀ ମୃତଦେହରେ କୌଣସି କେମିକାଲ ବ୍ୟବହାର ହେବାର ପ୍ରମାଣ ମିଳୁନି ବୋଲି ତଦନ୍ତକାରୀ ଟିମ ପକ୍ଷରୁ କୁହାଯାଇଛି । ଏହାଛଡ଼ା ମୃତଦେହ ଠାବ ବେଳେ ମୃତଦେହ ପଚି ନଷ୍ଟ ହେବା ସ୍ଥିତିକୁ ଆସିଥିଲା । ଏଭଳିସ୍ଥିତିରେ ଶରୀର କୌଣସି ଅଙ୍ଗ ଯାଇଛି କି ନାହିଁ ସ୍ପଷ୍ଟ ଜଣାପଡ଼ୁନି । ମୃତୁ୍ୟ ପୂର୍ବରୁ ବା ମୃତୁ୍ୟ ପରେ କିଛି ଅଙ୍ଗ ଗାଏବ ନେଇ କିଛି ଜଣାପଡ଼ୁନାହିଁ । ପରୀର ସମସ୍ତ ହାଡ଼ ଓ ଖପୁରୀ ଠାବ ହୋଇଥିବା ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରକାଶ ଯେ, ହାଇକୋର୍ଟରେ ଦାଖଲ ଏକ ଜନସ୍ୱାର୍ଥ ମାମଲାର ବିଚାର କରି କୋର୍ଟ ପରୀ ହତ୍ୟା ମାମଲାର ଚାର୍ଜସିଟ ଦାଖଲ କରିବାକୁ ତଦନ୍ତାକାରୀ ଟିମକୁ ନିଦେ୍ର୍ଧଶ ଦେଇଥିଲେ ।