ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଦାନ ପାଇଁ ସମସ୍ତ ପ୍ରସ୍ତୁତି ଆଗରୁ ସରିଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ୩୦ ଓ ଆସାମର ୩୯ ଆସନରେ ମତଦାନ ଅନୁଷ୍ଠିତ ହେଉଛି । ଆଜି ସକାଳ ୮ଟାରୁ ଆରମ୍ଭ ହୋଇ ୬ ଟା ଯାଏଁ ମତଦାନ ଚାଲିବ । ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ୪ଟି ଜିଲ୍ଲାର ୧୭୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ପୂର୍ବ ମେଦିନପୁର ଜିଲ୍ଲାର ହାଇପ୍ରୋଫାଇଲ ଆସନ ନନ୍ଦିଗ୍ରାମରେ ମଧ୍ୟ ଭୋଟ ଗ୍ରହଣ ଚାଲିଛି । ଏହି ଆସନରୁ ଟିଏମସି ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେପି ତାଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ଆସାମରେ ଏହି ପର୍ଯ୍ୟାୟରେ ୨୬ ଜଣ ମହିଳାଙ୍କ ସମେତ ୩୪୫ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି ।