ପାଟକୁରା : ବିଜେଡ଼ିକୁ ଫେରିଲେ ସରୋଜ ସାହୁ

ପାଟକୁରା : ବିଜେଡ଼ିକୁ ଫେରିଲେ ସରୋଜ ସାହୁ

ପାଟକୁରା  : ବିଜେଡ଼ିକୁ ଫେରିଲେ ସରୋଜ ସାହୁ
ଭୁବନେଶ୍ୱର : ପାଟକୁରା ରାଜନୀତି ବାରବାର କଡ଼ ଲେଉଟାଇବାରେ ଲାଗିଛି । ବେଦପ୍ରକାଶ ଅଗ୍ରୱାଲ ବିଜେଡ଼ି ପ୍ରାର୍ଥୀ ହୋଇଥିବାରୁ ଡେରାବିଶ ବ୍ଳକ ଅଧ୍ୟକ୍ଷ ସରୋଜ ସାହୁ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଫଳରେ ବିଜେପିର ଶକ୍ତି ବୃଦ୍ଧି ଘଟିଥିଲା । କିନ୍ତୁ ବେଦପ୍ରକାଶଙ୍କ ମୃତୁ୍ୟ ପାଇଁ ପାଟକୁରା ନିର୍ବାଚନ ସ୍ଥଗିତ ରହିଥିଲା । ଏବେ ସେଠାରୁ ବିଜେଡ଼ି ବେଦୁଙ୍କ ପନôୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି । ଏଭଳି ରାଜନୀତିକ ହଟଚମଟ ଭିତରେ ପୁଣି ସରୋଜ ସାହୁ ବିଜେପିକୁ ବାଏବାଏ କରି ବିଜେଡ଼ିକୁ ଫେରି ଆସିଛନ୍ତି । ଗୋଟିଏ ପଟେ ବିଜେଡ଼ି ଅନୁକମ୍ପା ଭୋଟ ହାତେଇବାକୁ ଯୋଜନା କରିଥିବାବେଳେ ଅପରପକ୍ଷରେ ସରୋଜ ବିଜେଡ଼ିକୁ ବାହୁଡ଼ି ଯାଇଥିବାରୁ ପୂର୍ବାପେକ୍ଷା ବିଜେଡ଼ିର ଶକ୍ତି ବୃଦ୍ଧି ପାଇଛି । ତେବେ ବିଜେଡ଼ି କିଭଳି ଅନୁକମ୍ପା ଭୋଟ ହାତେଇ ପାରିବ ନାହିଁ ସେନେଇ ମଧ୍ୟ ବିଜୟ ମହାପାତ୍ର ଗୋଟି ଚାଳନା କରିଛନ୍ତି । ପାଟକୁରା ବିକାଶ ପାଇଁ ସେ କ’ଣ କରିଛନ୍ତି ଓ ତାଙ୍କୁ ହରାଇବା ପାଇଁ କିଭଳି ଷଡ଼ଯନ୍ତ୍ର ରଚାଯାଉଛି ସେନେଇ ବିଜୟ ଓ ତାଙ୍କ ସମର୍ଥକମାନେ ଜନତାଙ୍କୁ ବୁଝାଇବାରେ ଲାଗି ପଡ଼ିଛନ୍ତି ।