ପିଆଜ ଆଣିଲା ଖୁସିଖବର , ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି

ପିଆଜ ଆଣିଲା ଖୁସିଖବର , ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି

ପିଆଜ ଆଣିଲା ଖୁସିଖବର , ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ - ଚଳିତ ୨୦୧୯-୨୦ ଅମଳ ଋତୁରେ ମୋଟ ପିଆଜ ଉପôାଦନ ୭% ବଢ଼ି ୨୪.୪୫ ନିୟୁତ ଟନ୍ ହେବ ବୋଲି ସୋମବାର ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି । ଗତ କିଛି ମାସ ଧରି ମହଙ୍ଗା ମାଡ଼ରେ ଘାଣ୍ଟି ହେଉଥିବା ଖାଉଟିଙ୍କୁ ଏହା ଦ୍ୱାରା ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ସେହିଭଳି ଆଳୁ ଓ ଟମାଟୋ ଉପôାଦନ ମଧ୍ୟ ବୃଦ୍ଧି ପାଇବ । କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ହୋଇଥିବା ଏକ ଆକଳନ ମୁତାବକ ୨୦୧୯-୨୦ ରେ ମୋଟ ୧୨.୯୩ ଲକ୍ଷ ହେକ୍ଟର ଜମିରେ ପିଆଜ ଚାଷ କରାଯାଇଛି । ପୂର୍ବ ବର୍ଷ ୨୦୧୮-୧୯ ରେ ୧୨.୨୦ ଲକ୍ଷ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା । ସେହିଭଳି ଚଳିତ ବର୍ଷ ଅର୍ଥାତ ୨୦୧୯-୨୦ ରେ ପିଆଜ ଉପôାଦନ ୨୪.୪୫ ନିୟୁତ ଟନ ହେବ ବୋଲି ଆକଳନ କରାଯାଇଛି । ୨୦୧୮-୧୯ ରେ ମୋଟ ୨୨.୮୧ ନିୟୁତ ଟନ ଉପôାଦନ ହୋଇଥିଲା । ଭାରତରେ ବର୍ଷକୁ ଦୁଇ୍ଥର ପିଆଜ ଅମଳ ହେଉଛି । ଗତ ଥର ବିଳମ୍ବରେ ମୌସୁମୀ ଆସିବା ଯୋଗୁଁ ଖରିଫ ପିଆଜ ଚାଷ ୨୨% କ୍ଷତିଗ୍ରସ୍ତ ହୋଇଥିଲା । ଏହା ପରେ ପ୍ରବଳ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହାଦ୍ୱାରା ଯୋଗାଣ ପ୍ରଭାବିତ ହେବା ଯୋଗୁଁ ଘରୋଇ ବଜାରରେ ପିଆଜ ଦର ବୃଦ୍ଧି ଘଟିଲା । ଗତ କିଛି ମାସ ଧରି ପିଆଜ କିଲୋ ପିଛା ୧୬୦ ଟଙ୍କାରେ ବିକି୍ର ହୋଇଥିଲା । ଫଳରେ ଖାଉଟିମାନେ ମହଙ୍ଗା ମାଡ଼ରେ ଶିକାର ହୋଇଥିଲେ । ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନୀ ବନ୍ଦ କରିବା ସହ ଆମଦାନୀ ପରିମାଣ ବଢ଼ାଇଥିଲେ । ବର୍ତ୍ତମାନ ପିଆଜ ଦର କିଲୋଗ୍ରାମ ପିଛା ୫୦ ରୁ ୬୦ ଟଙ୍କା ରହିଛି । ଚଳିତ ବର୍ଷ ପିଆଜ ସହିତ ଆଳୁ ଉପôାଦନ ମଧ୍ୟ ବୃଦ୍ଧି ପାଇବ । ଗତ ବଷ; ୫୦.୧୯ ନିୟୁତ ଟନ୍ ଆଳୁ ଉପôାଦନ ହୋଇଥିବା ବେଳେ ଏ ବର୍ଷ ଏହା ୫୧.୯୪ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି । ସେହିଭଳି ଏ ବର୍ଷ ୧୯.୩୨ ନିୟୁତ ଟନ୍ ଟମାଟୋ ଉପôାଦନ ହେବ ବୋଲି ଆକଳନ ହୋଇଥିବା ବେଳେ ଗତ ବର୍ଷ ଏହା ୧୯ ନିୟୁତ ଟନ୍ ରହିଥିଲା । ଅନ୍ୟ ପକ୍ଷରେ ବିନ, ପୋଟଳ, କଖାରୁ ଏବଂ କନ୍ଦମୂଳ ଆଦି ପରିବା ଉପôାଦନ ସାମାନ୍ୟ କମିବ ବୋଲି କୃଷି ମନ୍ତ୍ରାଳୟ ପକ୍ଷରୁ ଆକଳନ କରାଯାଇଛି ।