ପିଏନବି ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଡୋମିନିକାରୁ ଗିରଫ

ପିଏନବି ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଡୋମିନିକାରୁ ଗିରଫ

ପିଏନବି ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଡୋମିନିକାରୁ ଗିରଫ
ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଏବେ ବଡ଼ ଅଡୁଆରେ । ଆଣ୍ଟିଗୁଆରୁ ଫେରାର ହେବା ତାଙ୍କ ପାଇଁ କାଳ ସାଜିଲା । ଆଣ୍ଟିଗୁଆରୁ ଫେରାର ହୋଇ ସେ ପଡୋଶୀ ରାଷ୍ଟ୍ର ଡୋମିନିକାକୁ ଚାଲିଯାଇଥିଲେ । ଇଣ୍ଟରପୋଲ ୟୋଲୋ ନୋଟିସ ଜାରି କରିବା ପରେ ଏବେ ସେ ଡୋମିନିକାରୁ ଗିରଫ ହୋଇଛନ୍ତି । ଏହି ଭୁଲ ପାଇଁ ସେ ହୁଏତ ସିଧାସଳଖ ଭାରତକୁ ହସ୍ତାନ୍ତର ହୋଇପାରନ୍ତି । ଆଣ୍ଟିଗୁଆ ବଦଳରେ ତାଙ୍କୁ ଏବେ ସିଧାସଳଖ ଭାରତକୁ ଭିଡ଼ାଯାଇପାରେ । ଆଣ୍ଟିଗୁଆ ଏବଂ ବାରବୁଡା ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ ବ୍ରାଉନ କହିଛନ୍ତି ଯେ ଚୋକସିଙ୍କୁ ଡୋମିନିକାରୁ ଆଣ୍ଟିଗୁଆ ଆଣିବା ପରିବର୍ତ୍ତେ ସିଧାସଳଖ ଭାରତ ପଠାଯିବ । ଏହି ପଦକ୍ଷେପ ନେବା ପାଇଁ ସେ ପଡେ଼ାଶୀ ଡୋମିନିକାକୁ ନିଦେ୍ର୍ଧ ଦେଇଛନ୍ତି । ତେବେ ଯଦି ଏହା ହୁଏ ତା ହେଲେ ୪୮ ଘଣ୍ଟାରେ ଚୋକସି ଭାରତରେ ପହଞ୍ଚିଯିବେ । ପ୍ରକାଶ ଯୋଗ୍ୟ ରବିବାରଠାରୁ ଆଣ୍ଟିଗୁଆରୁ ନିଖୋଜ ହୋଇଥିବା ମେହୁଲ ଚୋକସି ଡୋମିନିକାର କି୍ରମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (ସିଆଇଡି) କବଜାରେ ରହିଛନ୍ତି ।