ପୁଅ ଉପରେ ଆଶୀର୍ବାଦ ଅଛି : ପ୍ରତିଭା

ପୁଅ ଉପରେ ଆଶୀର୍ବାଦ ଅଛି : ପ୍ରତିଭା

ପୁଅ ଉପରେ ଆଶୀର୍ବାଦ ଅଛି : ପ୍ରତିଭା
ଭୁବନେଶ୍ୱର: କିଛି ଦିନର ନିରବତା ପରେ ମୁହଁ ଖୋଲିଲେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା । ଏକ ଭିଡିଓ ବୟାନରେ ପ୍ରତିଭା କହିଛନ୍ତି , ମୋ ପୁଅ ଯେତେବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛି , ମୁଁ ମୋ ହିସାବରେ ସବୁଠାରୁ ଅଧିକ ଖୁସି । ମୋର ସବୁ ପ୍ରକାର ଆର୍ଶୀବାଦ ପୁଅ ଉପରେ ରହିବ । ତାଙ୍କ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାଲି ପ୍ରତିଭା , ରୁଦ୍ର ଓ ଝିଅ ପଲ୍ଲବୀଙ୍କ ସହ ବିଜେଡି ନେତା ଆଲୋଚନା କରିଥିଲେ । ଆଲୋଚନା ପରେ ଏକ ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତିଭା ମହାରଥୀ । ଅନ୍ୟପକ୍ଷରେ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି, ପ୍ରତିଭା ମହାରଥୀଙ୍କୁ ନେଇ ବିଭ୍ରାନ୍ତିକର ଖବର କିଛି ଗଣମାଧ୍ୟମର ସୃଷ୍ଟି । ଖବରକୁ ରୋମାଞ୍ଚକର କରିବାକୁ ଏଭଳି ବିଭିନ୍ନ ଅପପ୍ରଚାର କରାଯାଉଛି । ପିପିଲିରେ ବିଜେଡ଼ି ଏକଲୟ, ଏକମନ ଓ ଏକପ୍ରାଣରେ ନିର୍ବାଚନ ଲଢ଼ିବ, ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ଦେବ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, ପିପିଲିରୁ ଟିକେଟ ପାଇବା ପାଇଁ ମାଆ-ପୁଅ ଦାବିଦାର ଥିଲେ । ତେବେ ପୁଅ ରୁଦ୍ରଙ୍କୁ ବିଜେଡ଼ି ଟିକେଟ ଦିଆଯିବା ପରେ ମାଆ ପ୍ରତିଭା କ୍ଷୁବ୍ଧ ହୋଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।