ପୁଣି ଏକ ଦନ୍ତା ହାତୀ ମୃତ

ପୁଣି ଏକ ଦନ୍ତା ହାତୀ ମୃତ

ପୁଣି ଏକ ଦନ୍ତା ହାତୀ ମୃତ

କଟକ : ରାଜ୍ୟରେ ଅସୁରକ୍ଷିତ ଦନ୍ତା। ଆଠଗଡ଼ ଵନଖଣ୍ଡରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନି। ଆଠଗଡ଼ରେ ଆଜି ପୁଣି ଗୋଟିଏ ୨୦ ବର୍ଷର ଦନ୍ତା ହାତୀର ମୃତ୍ୟୁ ଘଟିଛି।
ଆଠଗଡ଼ ଵନଖଣ୍ଡ ରେଞ୍ଜ୍ ଵେତିଆ ଜଙ୍ଗଲ ନିକଟ ନୂଆ ବନ୍ଧ ନୂଆ ତଇଲା କାଜୁ ଜଙ୍ଗଲରେ ଏହି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାତୀ ଶୁଣ୍ଢରେ କ୍ଷତ ଚିହ୍ନ ଥିବାରୁ ହାତୀର ଶିକାର ହୋଇଥିବା ଅନୁମାନ କରାଯାଉଛି।