ପୁଣିଥରେ ଡାଉନ ଟ୍ୱିଟର

ପୁଣିଥରେ ଡାଉନ ଟ୍ୱିଟର

ପୁଣିଥରେ ଡାଉନ ଟ୍ୱିଟର


ନୂଆଦିଲ୍ଲୀ :  ସୋସିଆଲ ମିଡିଆ ଟ୍ୱିଟର ପୁଣିଥରେ ଡାଉନ । ନୂଆ ମାଲିକ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ତୃତୀୟ ଥର ପାଇଁ ଡାଉନ୍ ହୋଇଛି ଟ୍ୱିଟର । ବିଳମ୍ବିତ ରାତିରେ ଅନେକ ୟୁଜର ଟ୍ୱିଟର ଡାଉନ ସମସ୍ୟାର ସାମ୍ନା କରିଛନ୍ତି । ବେବଳ ଟ୍ୱିଟର ଡାଉନ ହୋଇନି ବରଂ ନୋଟିଫିକେସନ୍ କାମ କରୁ ନ ଥିବା ଅଭିଯୋଗ ମଧ୍ୟ ଆସିଛି । ଭାରତ ସମେତ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି ।


ଭୁବନେଶ୍ୱର, ନାଗପୁର, ମୁମ୍ବାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା ସମେତ ଅନେକ ସହରର ଟ୍ୱିଟରକୁ ବ୍ୟବହାର କରିବା ବେଳେ ସମସ୍ୟାରେ ପଡିଛନ୍ତି। ବାରମ୍ବାର ରିଫ୍ରେସ କରିବା ପରେ ମଧ୍ୟ ୟୁଜରମାନେ ଲଗଇନ କିମ୍ବା ଲଗଆଉଟ କରିବା ସମୟରେ ଏରର ମେସେଜ ଦେଖିପାରୁଥିଲେ । ଆଉ ଟ୍ୱିଟର ବନ୍ଦ ହୋଇଯାଉଥିଲା । ଅକ୍ଟୋବର ଶେଷ ସପ୍ତାହରେ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଟ୍ୱିଟର ବ୍ଲକକୁ ପେଡ୍ ସର୍ଭିସ କରିବା ସହ ଅନେକ ନୂଆ ଫିଚର ଆଣିବା ପାଇଁ ସେ କାମ କରୁଛନ୍ତି ।