ପୁଲିସ ଟାର୍ଗେଟରେ ଛାତ୍ରଛାତ୍ରୀ ...

ପୁଲିସ ଟାର୍ଗେଟରେ ଛାତ୍ରଛାତ୍ରୀ ...

ପୁଲିସ ଟାର୍ଗେଟରେ ଛାତ୍ରଛାତ୍ରୀ ...
ଭୁବନେଶ୍ୱର - ସାବଧାନ ହୋଇଯାଆନ୍ତୁ, ପୁଲିସ ହାବୁଡରେ ପଡି ଅସୁବିଧାରେ ପଡିପାରନ୍ତି ।ରାଜଧାନୀରେ କିଶୋର ବୟସରେ ବାଇକ୍ ଚଳାଉଥିବା ସ୍କୁଲ ଛାତ୍ରଙ୍କୁ ଟାର୍ଗେଟ କରିଛି କମିଶନରେଟ ପୁଲିସ୍ । ଟ୍ରାଫିକ୍ ପୁଲିସର ଦୁଇଟି ଏନ୍ଫୋର୍ସମେଣ୍ଟ ଟିମ୍ ସେମବାର ମଧ୍ୟାହ୍ମ ୧୨ଟା ବେଳେ ୟୁନିଟ୍-୧ କିଶୋର କ୍ଲବ ଛକ ଓ ୟୁନିଟ୍-୯ର କେନ୍ଦ୍ରୀୟ ବିଦ୍ୟାଳୟଠାରେ ଚେକିଂ ଆରମ୍ଭ କରିଥିଲା । ସ୍କୁଲ ଛୁଟି ପରେ ଗାଡ଼ି ଚଳାଇ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୨ଟି ସ୍କୁଟର(ଓଡି୦୨ଏପି୨୫୮୩),(ଓଡି୩୩ଟି ୭୫୪୬) ଚଳାଉଥିବା ଛାତ୍ରଙ୍କୁ ଧରିଥିଲା । ସେମାନଙ୍କ ଅଭିଭାବକଙ୍କୁ ଏନେଇ ଅବଗତ କରାଇବା ସହ ସ୍କୁଟର ଦୁଇଟିକୁ ଜବତ କରି ଟ୍ରାଫିକ୍ ଥାନାକୁ ଆଣିଥିଲା । ସମ୍ପୃକ୍ତ ଦୁଇ ସ୍କୁଟର ଚଳାଉଥିବା ଛାତ୍ରଙ୍କ ଅଭିଭାବକଙ୍କୁ କୋର୍ଟରେ ହାଜର ହେବେ । ସେଠାରେ ଆଇନ୍ ମୁତାବକ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ପ୍ରାପ୍ତ ବୟସ ହୋଇନଥିବା ପିଲାଙ୍କ ହାତରେ ବାଇକ୍ ନ ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛି ପୁଲିସ୍ ସ୍ପୋର୍ଟ୍ସ ବାଇକ ଚଢ଼ୁଛନ୍ତି ସ୍କୁଲ ଛାତ୍ର ସ୍କୁଟର କିମ୍ବା ସ୍ପୋର୍ଟ୍ସ ବାଇକ୍ ନେଇ ସ୍କୁଲକୁ ଯା’ଆସ କରିବା ସ୍କୁଲଛାତ୍ରଙ୍କ ପାଇଁ ଏବେ ଏକରକମର ସଉକ ପାଲଟିଛି । ରାଜଧାନୀରେ ପ୍ରାୟ ୨୮୦ରୁ ଅଧିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ହାଇସ୍କୁଲ ରହିଛି । ଅଧିକାଂଶ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢ଼ୁଥିବା ନବମଠାରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ବାଇକ୍ ଚଳାଇ ଆସୁଛନ୍ତି । କୋଚିଂ ସେଣ୍ଟରକୁ ବି ଯାଉଛନ୍ତି ।