ପେନ୍‌ ଇନ୍‌ ବୁକ୍ସ ତରଫରୁ ୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

ପେନ୍‌ ଇନ୍‌ ବୁକ୍ସ ତରଫରୁ ୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

ପେନ୍‌ ଇନ୍‌ ବୁକ୍ସ ତରଫରୁ ୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର
ଭୁବନେଶ୍ବର - ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଫଳାପଳ ପ୍ରକାଶ ପାଇଛି। ମୋଟ ୧୦ ଜଣ ଲେଖକଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଜଣାଶୁଣା ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ପୁରସ୍କୃତ ଯୁବ ପ୍ରତିଭାଙ୍କ ମଧ୍ୟ୍ୟରେ ୭ ଜଣ ଓଡ଼ିଆ ଲେଖକ ଥିବା ବେଳେ ଜଣେ ହିନ୍ଦୀ ଓ ୨ ଜଣ ଇଂରାଜୀରେ ଲେଖାଲେଖି କରୁଥିବା ଯୁବ ଲେଖକ ଅଛନ୍ତି। ସେମାନଙ୍କ ଅପ୍ରକାଶିତ ପୁସ୍ତକ ପାଣ୍ଡୁଲିପି ନିମନ୍ତେ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପ୍ରଦାନ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଓଡ଼ିଆ ସାହିତ୍ୟ ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପାଉଥିବା ୭ ଜଣ ପ୍ରତିଭା ହେଲେ ଫିଚର ପାଣ୍ଡୁଲିପି 'ରଜାଘର କଥା' ପାଇଁ ହରିହର ପଣ୍ଡା, ଉପନ୍ୟାସ 'ମହାସତୀ' ପାଇଁ କୃପାସିନ୍ଧୁ ପ୍ରଧାନ, 'ସବୁ ରାତି ତୁମ ପାଇଁ' କବିତା ପାଣ୍ଡୁଲିପି ନିମନ୍ତେ କ୍ଷିରୋଦିନୀ ବେହେରା, ଗୀତିକବିତା ସଂକଳନ 'କେବେ ଶହେ କେବେ ଶୂନ' ପାଇଁ ସୁବ୍ରତ ସ୍ବାଇଁ, କବିତା ପାଣ୍ଡୁଲିପି 'ଅନ୍ଧାରର ଆରାଧନା' ସ୍ବରୂପ କୁମାର ନାୟକ, କବିତା ପାଣ୍ଡୁଲିପି 'ମୁକ୍ତି ଅଭିଷିକା' ପାଇଁ ଦଶରଥ ହେମ୍ବ୍ରମ ଓ କବିତା ପାଣ୍ଡୁଲିପି 'କାଶତଣ୍ଡି' ପାଇଁ ଲୋକନାଥ ସାହୁ। ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି 'ରାବ୍‌ତା' ନିମନ୍ତେ ଗାୟତ୍ରୀ ମାଭୁରୁ, ଇଂରାଜୀ ଉପନ୍ୟାସ 'ଦୋଜ୍‌ କ୍ରେଜି ସେଭେନ୍‌ ଇଅର୍ସ' ପାଇଁ ଶୁଭ୍ରାଂଶୁ ଶେଖର ଓଝା ଓ ଇଂରାଜୀ କବିତା ପାଣ୍ଡୁଲିପି 'ଦ ଅକ୍ଟାହେଡ୍ରାଲ୍‌ ଭର୍ସେସ୍' ପାଇଁ ଅଭିଷେକ ପାଣି ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପାଇଁ ମନୋନୀତ ହୋଇଛନ୍ତି।