ପୋଷା କୁକୁରର ୫୦ ଫୁଟ ସୁନା ମୂର୍ତ୍ତି

ପୋଷା କୁକୁରର ୫୦ ଫୁଟ ସୁନା ମୂର୍ତ୍ତି

ପୋଷା କୁକୁରର ୫୦ ଫୁଟ ସୁନା ମୂର୍ତ୍ତି
ଅସଗାବତ: ଲୋକମାନଙ୍କର ମୂର୍ତ୍ତି ପ୍ରେମ ଠାରୁ ନେତାମାନଙ୍କ ମୂର୍ତ୍ତି ପ୍ରେମ ଅଧିକ । ମାତ୍ର ନିଜ ପୋଷା କୁକୁରର ୫୦ ଫୁଟ ଉଚ୍ଚର ସୁନା ମୂର୍ତ୍ତି ସ୍ଥାପନ କରିବା ବିଶ୍ୱରେ ପ୍ରଥମ । ତୁର୍କମେନିସ୍ତାନ ରାଷ୍ଟ୍ରପତି ତାଙ୍କ ପି୍ରୟ କୁକୁରର ୫୦ ଫୁଟର ସୁନା ମୂର୍ତ୍ତିସ୍ଥାପନ କରି ଏବେ ଚର୍ଚ୍ଚାରେ । ତୁର୍କମେନିସ୍ତାନ ରାଜଧାନୀ ଅସଗାବତରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ୨୦୦୭ ମସିହାରୁ ରାଷ୍ଟ୍ରପତି ଗୁରୁମ୍ବାଗୁଲି ବର୍ଦୁଖୁମଦୋଭ କ୍ଷମତାରେ ଅଛନ୍ତି । ୪ ଦିନ ତଳେ ବୁଧବାର ଦିନ ସେ ନିଜର ପ୍ରିୟ ଆଲବିନ ପ୍ରଜାତିର କୁକୁରର ୫୦ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏ ମୂର୍ତ୍ତି କଂସାରେ ନିର୍ମାଣ କରାଯାଇଛି ଏବଂ ଏହା ଉପରେ ୨୪ କ୍ୟାରେଟ ସୁନାର ଆବରଣ ଦିଆଯାଇଛି । ଗୁରୁମ୍ବାକୁଲି ବର୍ଦୁଖୁମଦୋଭ କୁକୁରକୁ ବେଶ ଭଲ ପାଆନ୍ତି ଏବଂ ଆଲବିନ ପ୍ରଜାତିର କୁକୁର କେବଳ ତୁର୍କମେନିସ୍ତାନରେ ହିଁ ଜନ୍ମ ନେଇଥାଆନ୍ତି । ତୁର୍କମେନିସ୍ତାନର ଜାତୀୟ ଅର୍ଥନୀତି ଏତେ ଭଲ ନୁହେଁ, ଗରିବ ଲୋକମାନେ ବେଶ କଷ୍ଟରେ ରହୁଛନ୍ତି । ମାତ୍ର ରାଷ୍ଟ୍ରପତି କୁକୁରର ୫୦ ଫୁଟ ସୁନା ମୂର୍ତ୍ତି ସ୍ଥାପନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।