ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ
ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ । କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ ରେଭେନ୍ସାରେ କଳାରେ ୭୨.୫ ପ୍ରତିଶତ କଟ ଅଫ୍‌ ମାର୍କ ରହିଛି । ଦ୍ବିତୀୟ ବିଜେବି କଲେଜ ରହିଛି । ବିଜେବି କଲେଜରେ କଟ୍‌ ଅଫ୍‌ ମାର୍କ ୭୧.୮୩% ରହିଛି । ସେହିପରି ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।ଏଠାରେ ବିଜ୍ଞାନ ପାଇଁ ୮୯% କଟ୍‌ ଅଫ୍‌ ମାର୍କ ରହିଛି । ସେହିପରି ବିଜ୍ଞାନରେ ୮୮.୬% ସହ ଦ୍ବିତୀୟ ବିଜେବି ଜୁନିଅର କଲେଜ । ୮୬.୬୭% ସହ ତୃତୀୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ମନ୍ଦିର ରହିଛି । ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ ୭୫.୫% ସହ ଦ୍ବିତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି । ବାଣିଜ୍ୟରେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।ଆସନ୍ତା ୨୧ ତାରିଖରୁ ୨୬ ତାରିଖ ଯାଏ ଯୁକ୍ତ ଦୁଇ ନାମଲେଖା ଚାଲିବ ।