ମିଡିଆ ଟ୍ରାଏଲ ବିରୋଧରେ କୋର୍ଟ ଗଲେ ରକୁଲ ପ୍ରୀତ

ମିଡିଆ ଟ୍ରାଏଲ ବିରୋଧରେ କୋର୍ଟ ଗଲେ ରକୁଲ ପ୍ରୀତ

ମିଡିଆ ଟ୍ରାଏଲ ବିରୋଧରେ କୋର୍ଟ ଗଲେ ରକୁଲ ପ୍ରୀତ
ଡ୍ରଗସ ସମ୍ପୃକ୍ତି ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ନାମ ଆସିବା ପରେ ପୂରା ଗଣମାଧ୍ୟମ ତାଙ୍କ ପଛରେ ପଡ଼ିଯାଇଛି । ତାଙ୍କ ବିରୋଧରେ ଲଗାତାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାରେ ଲାଗିଛି । ଏହି ମିଡିଆ ଟ୍ରାଏଲ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଶରଣ ପଶିଛନ୍ତି ରକୁଲ । ଗଣମାଧ୍ୟମରେ ତାଙ୍କ ବିରୋଧରେ କୌଣସି ଖବର ପ୍ରସାରଣ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିଦେ୍ର୍ଧଶ ଦେବାକୁ ରକୁଲ କୋର୍ଟଙ୍କୁ ଗୁହାରି କରିଛନ୍ତି । ରକୁଲ କହିଛନ୍ତି, ମୁଁ ସୁଟିଂରେ ବ୍ୟସ୍ତ ଥିବା ବେଳେ ରିୟା ଡ୍ରଗସ ସମ୍ପୃକ୍ତି ନେଇ ମୋର ଆଉ ସାରା ଅଲ୍ଲୀ ଖାନଙ୍କ ନାଁ ନେଇଛନ୍ତି । ଏହା ପରେ ଗଣମାଧ୍ୟମ ମୋ ଚରିତ୍ର ସଂହାରରେ ଲାଗିପଡ଼ିଛି ।ମାମଲାର ବିଚାର କରି ଜଷ୍ଟିସ ନବୀନ ଚାୱଲା କହିଥିଲେ ଖବର ପ୍ରସାରଣରେ ସଂଯମତା ରହିବା ଜରୁରୀ । ଆଧିକାରିକ ସୂତ୍ରରୁ ଆସୁଥିବା ଖବର ବି ବ୍ୟକ୍ତିର ଚରିତ୍ର ସଂହାର କରିପାରେ । ସମସ୍ତ ନୁ୍ୟଜ ଚାନେଲକୁ ବିବେକ ଓ ବୁଦ୍ଧିମାନତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଏଥିସହ କେନ୍ଦ୍ର ସରକାର, ନୁ୍ୟଜ ବ୍ରଡକାଷ୍ଟର୍ସ ଆସୋସିଏସନ (ଏନବିଏ) ପ୍ରସାର ଭାରତୀ ଓ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆଦି ଗଣମାଧ୍ୟମ ପାଇଁ ଏକ ଅନ୍ତରୀଣ ନିଦେ୍ର୍ଧଶାବଳୀ ଜାରି କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।