ସିସୋର ଲିଙ୍କ ମାମଲା : ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ

ସିସୋର ଲିଙ୍କ ମାମଲା : ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ

ସିସୋର ଲିଙ୍କ ମାମଲା : ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ
ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘର ଉପରେ ଆଜି ସିବିଆଇ ରେଡ କରିଛି । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି । ମିଶ୍ରଙ୍କ ୟୁନିଟ-୧ ସ୍ଥିତ ଘରେ ସିବିଆଇ ପକ୍ଷରୁ ଏହି ରେଡ କରାଯାଛି । ୟୁନିଟ-୧ ସ୍ଥିତ ଘର ବ୍ୟତିତ ଭୁବନେଶ୍ୱର ଏବଂ ନରସିଂହପୁରର ଘରେ ମଧ୍ୟ ସିବିଆଇ ପକ୍ଷରୁ ଚଢାଉ ଜାରି ରହିଛି । ସମୁଦାୟ ୭ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ତେବେ ଦୀର୍ଘଦିନ ଧରି ଶୋଇ ରହିଥିବା ସିବିଆଇର ଏଭଳି ଅତର୍କିତ ନିଷ୍ପତ୍ତି ପଛରେ କୌଣସି ରାଜନୈତିକ ଅଭିସନ୍ଧି ରହିଥିବା ଅନୁମାନ କରାଯାଉଛି । ପୂର୍ବରୁ ଏହି ମାମଲାରେ ଏକାଧିକ ନେତାଙ୍କ ନାମ ଆସିଥିଲା ଏପରିକି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା,ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଏହି ମାମଲାରେ ପଚରା ଉଚୁରା କରାଯାଇଥିଲା ।