ପ୍ରଥମ ଡୋଜ ଟିକାଦାନ ଅବଧି ବଢ଼ିଲା
ପ୍ରଥମ ଡୋଜ ଟିକାଦାନ ଅବଧି ବଢ଼ିଲା
admin
Feb 15, 2021 - 06:36
Updated: Feb 15, 2021 - 06:36
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଟିକାକରଣର ଅବଧି ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏପର୍ଯ୍ୟନ୍ତ ଶତ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ନାହାଁନ୍ତି । ଜିଲ୍ଲା ସ୍ତରରେ କମ ପ୍ରତିଶତ ସ୍ୱାସ୍ଥକର୍ମୀ ଟିକା ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଆରମ୍ଭ ହୋଇଥିବା ପ୍ରଥମ ଡୋଜ ଟିକାଦାନ ଅବଧି ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ଯେଭଳି ଶତପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ହେବ । ସେନେଇ ଦୃଷ୍ଟିଦେବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି ।