ଫାଷ୍ଟଟ୍ୟାଗ ପରେ ରାଜସ୍ୱ ଆଦାୟରେ ରେକର୍ଡ

ଫାଷ୍ଟଟ୍ୟାଗ ପରେ ରାଜସ୍ୱ ଆଦାୟରେ ରେକର୍ଡ

ଫାଷ୍ଟଟ୍ୟାଗ ପରେ ରାଜସ୍ୱ ଆଦାୟରେ ରେକର୍ଡ
ଭୁବନେଶ୍ୱର - ଫାଷ୍ଟଟ୍ୟାଗ ଲାଗୁ ହେବା ପରେ ଟୋଲ ଗେଟରେ ରାଜସ୍ୱ ଆଦାୟରେ ରେକର୍ଡ ହୋଇଛି । ନଭେମ୍ବର ମାସ ତୁଳନାରେ ଡିସେମ୍ବରରେ ୬୬% ରାଜସ୍ୱ ବୃଦ୍ଧି ହୋଇଛି । ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ୨୬.୪ କୋଟି ଆଦାୟ ହୋଇଥିଲା । ତେବେ ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ୪୪ କୋଟି ଆଦାୟ ହୋଇଥିବା ସୂଚନା ମିଳିଛି । ଏଯାଏ ୧.୦୪ କୋଟି ଫାଷ୍ଟାଗ ବିକ୍ରି ହୋଇଥିବାବେଳେ ଦୈନିକ ଏକ ଲକ୍ଷ ନୂଆ ଫାଷ୍ଟାଗ ସାମିଲ ହେଉଛି । ଟୋଲଗେଟରେ ଦୈନିକ ରାଜସ୍ୱ ୧୯.୫ ଲକ୍ଷରୁ ୨୪.୭୮ ଲକ୍ଷକୁ ବୃଦ୍ଧି ହୋଇଛି ।