ଫ୍ରାନ୍ସର ଏୟାରଷ୍ଟ୍ରାଇକ : ୫୦ ଅଲକାଏଦା ଆତଙ୍କୀ ମୃତ

ଫ୍ରାନ୍ସର ଏୟାରଷ୍ଟ୍ରାଇକ : ୫୦ ଅଲକାଏଦା ଆତଙ୍କୀ ମୃତ

ଫ୍ରାନ୍ସର ଏୟାରଷ୍ଟ୍ରାଇକ : ୫୦ ଅଲକାଏଦା ଆତଙ୍କୀ ମୃତ
ବାମକାଓ : ଫ୍ରାନ୍ସ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ଏୟାରଷ୍ଟ୍ରାଇକରେ ୫୦ରୁ ଅଧିକ ଅଲକାଏଦା ଆତଙ୍କୀ ପ୍ରାଣ ହରାଇଛନ୍ତି । ଆତଙ୍କପ୍ରବଣ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ମାଲିରେ ସୋମବାର ରାତିରେ ଫ୍ରାନ୍ସ ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ କରାଯାଇଥିଲା । ଇସଲାମିକ ଜେହାଦୀଙ୍କ ପ୍ରାଦୁର୍ଭାବ ବୃଦ୍ଧି କାରଣରୁ ମାଲି ସରକାରଙ୍କ ପକ୍ଷରୁ ଫ୍ରାନ୍ସ ସରକାର ଆଲୋଚନା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ପରେ ସୋମବାର ଫ୍ରାନ୍ସ ଏକକାଳୀନ ୩ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା । ନାଇଜର, ବୁର୍କିନା ଫାସୋ ଏବଂ ବାମକାଓରେ ରହିଥିବା ବିଭିନ୍ନ ଅଲକାଏଦା ବେସ ଉପରେ ଆକ୍ରମଣ କରିିଥିଲା ଫ୍ରାନ୍ସ । ଅନ୍ୟୁନ ୫୦ରୁ ଅଧିକ ଆତଙ୍କୀ ପ୍ରଣ ହରାଇଥିବା ବେଳେ ୩୦ରୁ ଅଧିକ ଗାଡି ଧ୍ୱଂସ ପାଇଥିବା ନେଇ ସୂଚନା ମିଳିଛି । ଏହା ସହିତ ଏୟାର ଷ୍ଟ୍ରାଇକ ପରେ ୪ ଆତଙ୍କୀଙ୍କୁ ଜୀବନ୍ତ ଗିରଫ କରାଯାଇଥିବା ନେଇ ମିଲିଟାରୀ ମୁଖପାତ୍ର କଲୋନେଲ ଫ୍ରେଡରିକ ବାର୍ବରୀ ପ୍ରକାଶ କରିଛନ୍ତି ।