ବଜେଟ୍ କେତେକ ବଡବଡ କମ୍ପାନୀଙ୍କୁ ଫାଇଦା ଦେବ : ଅରବିନ୍ଦ କେଜରିୱାଲ
ବଜେଟ୍ କେତେକ ବଡବଡ କମ୍ପାନୀଙ୍କୁ ଫାଇଦା ଦେବ : ଅରବିନ୍ଦ କେଜରିୱାଲ
admin
Feb 2, 2021 - 05:44
Updated: Feb 2, 2021 - 05:44
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ତେବେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହି ବଜେଟକୁ ସମାଲୋଚନା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ବଜେଟ୍ କେତେକ ବଡବଡ କମ୍ପାନୀଙ୍କୁ ଫାଇଦା ଦେବ । ଏହା ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ କହିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ୍ ଦ୍ବାରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ।
ସେହିପରି ଆପ୍ର ଅନ୍ୟତମ ନେତା ସଞ୍ଜୟ ସିଂହ କହିଛନ୍ତି ଯେ ସରକାର ୪ଜଣ ଶିଳ୍ପପତିଙ୍କ ଲାଗି ଏହି ବଜେଟ୍ ପ୍ରସ୍ତୁତ କରିଛନ୍ତି । ଆଇଡିବିଆଇ, ବିପିସିଏଲ୍, ସିପିଙ୍ଗ କର୍ପୋରେସନ, ନୀଳାଚଳ ଇସ୍ପାତ ନିଗମର ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି ।