ବଦଳିଲା ନିୟମ, ୧୪ରେ ସ୍କୁଲ୍‌ ଆସିବେନି ଛାତ୍ରଛାତ୍ରୀ

ବଦଳିଲା ନିୟମ, ୧୪ରେ ସ୍କୁଲ୍‌ ଆସିବେନି ଛାତ୍ରଛାତ୍ରୀ

ବଦଳିଲା ନିୟମ, ୧୪ରେ ସ୍କୁଲ୍‌ ଆସିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଯାଇଛି। ଆସନ୍ତା ୧୪ ରେ ସ୍କୁଲ ଖୋଲିବ, ହେଲେ ଛାତ୍ରଛାତ୍ରୀ ୨୮ ରୁ ହିଁ ସ୍କୁଲ ଆସିବେ । ପିଲାମାନେ ଏହି ସମୟରେ ଅନଲାଇନ କ୍ଲାସ କରିବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

 

ସ୍କୁଲ ସଫେଇ ବିଳମ୍ବ ଓ ପଞ୍ଚାୟତ ନିର୍ବାଚନ ଯୋଗୁଁ ଏହି ପରିବର୍ତ୍ତନ କରାଯାଉ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଏ ନେଇ ସମସ୍ତ ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ଓ ଉଚ୍ଚ ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଆସନ୍ତା ୧୪ ରୁ ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ସେହି ହିସାବରେ ସ୍କୁଲ ଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ଏପର୍ୟ୍ୟନ୍ତ ଅନେକ ଜିଲ୍ଲାରେ ପିଲାଙ୍କ ଆଗମନ ପାଇଁ ସ୍କୁଲ ପୂରା ପ୍ରସ୍ତୁତ ହୋଇନାହିଁ ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି । ଦୀର୍ଘ ଦୁଇ ବର୍ଷ ବନ୍ଦ ରହିଥିବାରୁ ସ୍କୁଲ ସଫା ସହ ଅନାବନା ଗଛ କଟା, ମରାମତି ଓ ସାନିଟାଇଜ୍ ପାଇଁ ଆହୁରି ସମୟ ଲାଗିବ  ।

 

ପୂରା କ୍ୟାମ୍ପସ୍ ସଫା ହେବା ପରେ ପିଲାମାନେ ସ୍କୁଲକୁ ଆସିବେ । ଅନ୍ୟପକ୍ଷରେ, ପଞ୍ଚାୟତ ନିର୍ବାଚନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ  । ଏଥିପାଇଁ ଅଧିକରୁ ଅଧିକ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପୋଲିଂ ଦାୟିତ୍ୱରେ ଅଛନ୍ତି । ବର୍ତ୍ତମାନ ସେମାନଙ୍କର ତାଲିମ ଜାରି ରହିଛି । ନିର୍ବାଚନ ସମ୍ପର୍କିତ ଅନ୍ୟ କାମ ମଧ୍ୟ ଶିକ୍ଷକ ଓ ଅଣଶିକ୍ଷକମାନେ କରୁଛନ୍ତି । ଏହା ସହ ଅଧିକାଂଶ ସ୍କୁଲରେ ମତଦାନ ହେବ । ମତଦାନ ସମୟରେ ସ୍କୁଲରେ ପୋଲିଂ ଅଧିକାରୀ ରହିବା ସହ ପୁଲିସ୍ ଓ ମତଦାତାମାନେ ଆସିବେ । ପୂରା କ୍ୟାମ୍ପସ୍ ଭିଡ଼ ରହିବ  । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ । ଏସବୁ ଅନୁଧ୍ୟାନ କରି ଛାତ୍ରଛାତ୍ରୀ ୨୮ ତାରିଖରୁ ସ୍କୁଲ ଆସିବାକୁ କୁହାଯାଇଛି । ୧୪ରେ ସ୍କୁଲ ଖୋଲିବ ହେଲେ, ୨୮ ତାରିଖରୁ କ୍ଲାସ ହେବ ।