ବନ୍ଦ ହେଲା ଆହାର କେନ୍ଦ୍ର।

ବନ୍ଦ ହେଲା ଆହାର କେନ୍ଦ୍ର।

ବନ୍ଦ ହେଲା ଆହାର କେନ୍ଦ୍ର।
ଭାରତରେ ଧିରେ ଧିରେ କରୋନା ତାର କାୟା ମେଲାଉଛି। ଏହା ସହିତ ପରିସ୍ଥିତି ମଧ୍ୟ ଜଟିଳ ହେଉଛି। ସବୁ କ୍ଷେତ୍ରରେ ସରକାର ସଚେତନ ଅଛନ୍ତି। ତେବେ କରୋନା ସତର୍କତା ପାଇଁ ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଅତିରିକ୍ତ ସଚିବ ।