କରୋନା ପାଇଁ ଲାଗୁ ହେବ ଆୟୁଷ୍ମାନ ଯୋଜନା ।

କରୋନା ପାଇଁ ଲାଗୁ ହେବ ଆୟୁଷ୍ମାନ ଯୋଜନା ।

କରୋନା ପାଇଁ ଲାଗୁ ହେବ ଆୟୁଷ୍ମାନ ଯୋଜନା ।
କରୋନାକୁ ନେଇ କେନ୍ଦ୍ର ଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସଚେତନତା ଚିନ୍ତା ଥିବା ବେଳେ ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଥିବା ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରି ରାଜ୍ୟର ସମସ୍ତ ଗରିବ ପରିବାରକୁ ସହାୟତା ପ୍ରଦାନ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରି ଘଡିସନ୍ଧି ମୂହୁର୍ତ୍ତରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।