କରୋନା ମୁକାବିଲା: ସହାୟତା ପାଇଁ ୧ କୋଟି ଟଙ୍କା ଦାନ କଲେ ତାରା ପଟ୍ଟନାୟକ ।

କରୋନା ମୁକାବିଲା: ସହାୟତା ପାଇଁ ୧ କୋଟି ଟଙ୍କା ଦାନ କଲେ ତାରା ପଟ୍ଟନାୟକ ।

କରୋନା ମୁକାବିଲା: ସହାୟତା ପାଇଁ ୧ କୋଟି ଟଙ୍କା ଦାନ କଲେ ତାରା ପଟ୍ଟନାୟକ ।
ଚୀନ ରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ ତାଣ୍ଡବ ରଚୁଛି । ଏହା ସହିତ ଭାରତରେ ମଧ୍ୟ ନିଜର କାୟା ବିସ୍ତାର କରି ଗୋଟେ ପରେ ଗୋଟେ ମୁଣ୍ଡ ନେବାରେ ଲାଗିଛି । ଏହି ମହାମାରୀ ଭୂତାଣୁ କୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଥିବାବେଳେ ଫାଲକନ୍ ଗ୍ରୁପ୍ ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ ଆଜି ମଧ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ଦାନ କରିଛନ୍ତି । ସୂଚନା ମୁତାବକ ଗତକାଲି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ଦାନ କରିଥିଲେ । କରୋନା ପଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ ଦାନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ମଧ୍ୟ ଦେଇଥିଲେ । ଏହା ସହିତ ରାଜ୍ୟ ବାସୀଙ୍କୁ କରୋନା ସଚେତନ ଓ ଲକ୍ ଡାଉନକୁ ସହଯୋଗ କରି ନିଜ ଓ ନିଜ ପରିବାରଙ୍କୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି ।