ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ: ଅନୁଭବ

ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ: ଅନୁଭବ

ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ: ଅନୁଭବ
ଭୁବନେଶ୍ୱର: ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି । ଶ୍ରୀ ମହାନ୍ତି ଦାଖଲ କରିଥିବା ୪୭ ପୃଷ୍ଠାର ଛାଡ଼ପତ୍ର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିଲେ । ଶାରୀରିକ ସମ୍ପର୍କ ସ୍ଥାପନ ନହେବାରୁ ମୁଁ ଅସହଜ ଓ ଅସୁଖୀ ମନେ କରୁଥିଲି । ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ । ମୁଁ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି ବୋଲି ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଅନୁଭବ ଉକ୍ତ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ଦିଲ୍ଲୀରେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲି । ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ । କଟକକୁ ଫେରିବା ପରେ ବର୍ଷା ଖୁସିଥିଲେ । କଟକ ଫେରିଲେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ । କିନ୍ତୁ ବର୍ଷା ସମ୍ପର୍କ ନରଖି ପୁଣି ୭/୮ ମାସ ସମୟ ମାଗିଥିଲେ । ଶାଶୁଘର ନରହି ବର୍ଷା ଅଧିକାଂଶ ସମୟ ବାପଘରେ ରହୁଥିଲେ । ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁନଥିବା ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ବର୍ଷା ପ୍ରି୍ରୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପ୍ରସଙ୍ଗ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଗତ ଅଗଷ୍ଟ ୭ରେ ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ମାମଲା ଦାଏର କରିଥିଲେ । ୯୪/୨୦୨୦ରେ ମାମଲାଟି ପଞ୍ଜୀକରଣ ହୋଇଥିବା ଇ-କୋର୍ଟସ ବିବରଣୀରୁ ଜଣାପଡ଼ିଛି । ବର୍ଷାଙ୍କ ପକ୍ଷରୁ ଓକିଲ ଆରକେ ରଥ ମାମଲା ପରିଚାଳନା କରିବେ । ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଧମା ଦାୟର କରିଛନ୍ତି । ବର୍ଷା ଅଭିଯୋଗ କରିଛନ୍ତିଯେ, ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ବେଡ଼ ରୁମରେ ମଦ୍ୟପାନ କରନ୍ତି ଏବଂ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବି ଦେଇଥା’ନ୍ତି । ଏହାର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରିଦେଇଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଖାଲି ସେତିକିନୁହେଁ, ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।