ଲକଡାଉନରେ ଭାରତକୁ କିଛି ଲାଭ ମିଳିନି : ଚିଦମ୍ବରମ୍

ଲକଡାଉନରେ ଭାରତକୁ କିଛି ଲାଭ ମିଳିନି : ଚିଦମ୍ବରମ୍

ଲକଡାଉନରେ ଭାରତକୁ କିଛି ଲାଭ ମିଳିନି : ଚିଦମ୍ବରମ୍
ନୂଆଦିଲ୍ଲୀ: କରୋନା ମହାମାରୀକୁ କେନ୍ଦ୍ର ସରକାର ଯେଉଁ ଭାବେ ମୁକାବିଲା କରୁଛନ୍ତି ତାହାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ କଡ଼ା ସମାଲୋଚନା କରିଛନ୍ତି । ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସରକାରଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯାହା ଲକଡାଉନ ଦ୍ୱାରା ଉପକୃତ ହୋଇନାହିଁ । ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ କରୋନା ମାମଲା ୫୫ ଲକ୍ଷରୁ ଅଧିକ ହେବ ବୋଲି ସେ ଆକଳନ କରିଥିଲେ । ମାତ୍ର ସେପ୍ଟେମ୍ବର ୨୦ ସୁଦ୍ଧା ଭାରତ ସେହି ସ୍ତରରେ ପହଞ୍ଚିବ । ମାସ ଶେଷ ବେଳକୁ କରୋନା ମାମଲା ସଂଖ୍ୟା ୬୫ ଲକ୍ଷରୁ ଅଧିକ ହେବ ବୋଲି ସେ ନୂତନ ଆକଳନ କରିଛନ୍ତି । ଅନେକ ଟୁଇଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି, ୨୧ ଦିନରେ କରୋନାକୁ ପରାସ୍ତ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ଦେଶଗୁଡ଼ିକ ଏହି ମହାମାରୀ ମୁକାବିଲାରେ ସଫଳ ହେଉଥିବା ବେଳେ ଭାରତ କାହିଁକି ବିଫଳ ହୋଇଛି ତାହାର କାରଣ ଜାଣିବାକୁ ସେ ଚାହିଁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଲକଡାଉନ ରଣନୀତିରୁ ଦେଶକୁ କୌଣସି ସୁଫଳ ମିଳିନାହିଁ । ଅର୍ଥନୀତି ପ୍ରସଙ୍ଗରେ ସେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅର୍ଥ ମନ୍ତ୍ରଣାଳୟକୁ ସମାଲୋଚନା କରିଛନ୍ତି ।