ବିଜୁ ଜୟନ୍ତୀରେ ବିଶାଳ ସାଇକେଲ ରାଲି
ବିଜୁ ଜୟନ୍ତୀରେ ବିଶାଳ ସାଇକେଲ ରାଲି
admin
Mar 5, 2021 - 05:32
Updated: Mar 5, 2021 - 05:32
କଟକ: ଆଜି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ସାରା ରାଜ୍ୟରେ ଏହାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ବିଜୁ ଜନତା ଦଳ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିବସକୁ ଖୁବ୍ ଉତ୍ସାହର ସହ ପାଳନ କରୁଛି । କଟକ ଆନନ୍ଦ ଭବନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି ।
ଏହି ଅବସରରେ ବିଜେଡି ପକ୍ଷରୁ ଏକ ବିଶାଳ ସାଇକେଲ ରାଲିର ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ସାଇକେଲ୍ ରାଲି ବାହାରି ଭୁବନେଶ୍ବରରେ ପହଞ୍ଚିଛି । ଏଥିରେ ହଜାର ହଜାର ସଂଖ୍ୟକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଦଳର ବହୁ ଛାମୁଆ ନେତା ଏହାର ନେତୃତ୍ୱ ନେଉଥିବା ବେଳେ ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ହୋଇଛନ୍ତି ।
ରେଭେନ୍ସା ମହାବିଦ୍ୟାଳୟରୁ ପାକିସ୍ତାନର ପେଶୱାର ପର୍ୟ୍ୟନ୍ତ ବିଜୁ ବାବୁ ଛାତ୍ର ଜୀବନରେ ୪୫ ଶହ ମାଇଲ ସାଇକେଲ ଯାତ୍ରା କରିଥିଲେ। ସେହି ଐତିହାସିକ ଯାତ୍ରାକୁ ଆଜି ମନେ ପକାଇ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏଭଳି ସାଇକେଲ ରାଲି କରାଯାଇଥିବା ଯୁବ ଓ ଛାତ୍ର କର୍ମୀମାନେ ପ୍ରକାଶ କରିଛନ୍ତି।