ବିଜେଡ଼ି ଜିତିଲା ୪ ଜିଲ୍ଲାପରିଷଦ

ବିଜେଡ଼ି ଜିତିଲା ୪ ଜିଲ୍ଲାପରିଷଦ

ବିଜେଡ଼ି ଜିତିଲା ୪ ଜିଲ୍ଲାପରିଷଦ
ଭୁବନେଶ୍ୱର : ଜିଲ୍ଳା ପରିଷଦ ଉପନିର୍ବାଚନରେ ବିଜୁ ଜନତା ଦଳ ବାଜିମାତ କରିଛି । ୪ଟି ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ପଟାଙ୍ଗୀରେ ବିଜେଡ଼ି ପ୍ରାର୍ଥୀ ୨୭୩୮ ଭୋଟରେ ଜିତିଥିବାବେଳେ ଦଶମନ୍ତପୁରରେ ୪୪୪୧ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଛତ୍ରପୁରରେ ବିଜେଡ଼ି ୮୭୭୨ ଖଣ୍ଡ ଭୋଟରେ ଜିତିଥିବାବେଳେ ଡାଙ୍ଗଡ଼ିରେ ୨୬୨୫ ଭୋଟରେ ଜିତିଛି ବିଜେଡ଼ି । ବିଜୟୀ ୪ ଜିଲ୍ଳା ପରିଷଦ ପ୍ରାର୍ଥୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ନବୀନ ସରକାରଙ୍କ ପ୍ରତି ଲୋକଙ୍କ ଭଲପାଇବା ରହିଥିବାବେଳେ ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଆସ୍ଥା ରହିଛି ବୋଲି ବିଜେଡ଼ି ନେତା ମାନସ ମଙ୍ଗରାଜ ପ୍ରକାଶ କରିଛନ୍ତି ।