ବିବାହ ଉତ୍ସବରେ ଅଘଟଣ, କୂଅରେ ପଡ଼ି ଚାଲିଗଲା ୧୩ ଜୀବନ

ବିବାହ ଉତ୍ସବରେ ଅଘଟଣ, କୂଅରେ ପଡ଼ି ଚାଲିଗଲା ୧୩ ଜୀବନ

ବିବାହ ଉତ୍ସବରେ ଅଘଟଣ, କୂଅରେ ପଡ଼ି ଚାଲିଗଲା ୧୩ ଜୀବନ

ଲକ୍ଷ୍ନୌ: ବିବାହର ହସଖୁସ ଉତ୍ସବ ହଠାତ୍‌ ଅଘଟଣରେ ବଦଳିଗଲା। ଚାଲିଗଲା ୧୩ ଜୀବନ। ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ କୁଶିନଗରରେ। କୂଅରେ ପଡ଼ିଥିବା ସ୍ଲାବ୍ ଉପରେ ଅଧିକ ଲୋକ ବସିବାରୁ ଅଘଟଣ ଘଟିଥିବା ସୂଚନା ମିଳିଛି।  କୂଅ ଉପରେ ସ୍ଲାବ୍ ପଡ଼ିଥିବା ବେଳେ ବିବାହ ଉତ୍ସବକୁ ଆସିଥିବା ଲୋକେ ଜାଣି ନପାରି ତା ଉପରେ ବସିଥିଲେ। ତେବେ ଅଧିକ ଲୋକେ ବସିବାରୁ ସ୍ଲାବ୍ ଭାର ସମ୍ଭାଳି ନପାରିବାରୁ ଏହା ତଳକୁ ଖସି ପଡ଼ିଥିଲା । ଫଳରେ ସ୍ଲାବ୍ ଉପରେ ବସିଥିବା ଲୋକେ ମଧ୍ୟ କୂଅକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। 

କୂଅରେ ଖସିପଡ଼ିଥିବା ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲ ନିଆଯାଇଥିଲା।  ତେବେ ହସପିଟାଲରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କାରି ଶୋକସନ୍ତପ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ଏହି ଦାରୁଣ ଘଟଣା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ୟ୍ୟକୁ ତ୍ୱାରାନ୍ତିତ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।