ବିଶ୍ୱ ସାମାଜିକ ନ୍ୟାୟ ଦିବସ

ବିଶ୍ୱ ସାମାଜିକ ନ୍ୟାୟ ଦିବସ

ବିଶ୍ୱ ସାମାଜିକ ନ୍ୟାୟ ଦିବସ
‘ଜାତି ସଂଘ’ର ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୦୯ରୁ ପ୍ରତି ବର୍ଷ ଫେବୃଆରୀ ୨୦ ତାରିଖରେ ‘ବିଶ୍ୱ ସାମାଜିକ ନ୍ୟାୟ ଦିବସ’ ପାଳନ କରାଯାଏ । ୨୬ ନଭେମ୍ବରରେ ୨୦୦୭ରେ ଏଥିପାଇଁ ଆନୀତ ପ୍ରସ୍ତାବ ‘ଜାତି ସଂଘ’ରେ ମଂଜୁରି ଲାଭ କରିଥିଲା । ଦାରିଦ୍ର୍ୟ, ସାମାଜିକ ବାସନ୍ଦ, ବେକାରି ଆଦି ଦୂରକରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା, ଏହି ଦିନ ପାଳନର ଲକ୍ଷ୍ୟ । ଧର୍ମ-ବର୍ଣ୍ଣ-ଜାତି ସଂପ୍ରଦାୟ ନିର୍ବିଶେଷରେ ସାମାଜିକ ନ୍ୟାୟ ପ୍ରତ୍ୟେକ ମଣିଷର ଅଧିକାର । କୌଣସି ରାଷ୍ଟ୍ର ନିଜର ନାଗରିକତାକୁ ଏଥିରୁ ବଂଚିତ କରିବା ଅନୁଚିତ । ମୁଖ୍ୟତଃ ଯୁଦ୍ଧଗ୍ରସ୍ତ ଅଂଚଳରେ ଏହି ଅଧିକାର ଉଲଂଘିତ ହେଉଥିବା ଦେଖାଯାଉଛି । ତେଣୁ, ଏ ବାବଦରେ ଜନସଚେତନା ସୃଷ୍ଟି କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ ।