ବିଶ୍ୱର ବିଚିତ୍ର ରୂପ ।

ବିଶ୍ୱର ବିଚିତ୍ର ରୂପ ।

ବିଶ୍ୱର ବିଚିତ୍ର ରୂପ ।
ବିଶ୍ୱର ବିଭିନ୍ନ କୋଣରେ ପ୍ରକୃତି ନିଜର ବିଚିତ୍ର ରୂପ ଦେଖେଇ ଚାଲିଛି । ଜଙ୍ଗଲରେ ନିଆଁ ଲାଗିଥିବାବେଳେ ବରଫାବୃତ ପାହାଡିଆ ଅଂଚଳରେ ଗଛ ଉଠୁଛି ଏବଂ ମରୁଭୂମିରେ ବରଫପାତ ହେବା ସହ ବନ୍ୟା ମଧ୍ୟ ହେଉଛି । ପ୍ରକୃତିର ଏପରି ପରିବର୍ତନକୁ ଦେଖି ଅନେକ ଆଶଙ୍କା କରୁଛନ୍ତି କି ଏହା ପ୍ରଳୟର ସୂଚନା ଦେଉନାହିଁ ତ । ବିଶ୍ୱର ଫୁସ୍ଫୁସ୍- ବଡବଡ ଜଙ୍ଗଲଗୁଡିକ ଲକ୍ଷାଧିକ ବର୍ଷ ଧରି ପୃଥିବୀରେ ଜୀବଜଗତଙ୍କ ଶ୍ୱାସକ୍ରିୟା ଲାଗି ଅମ୍ଳଜାନ ଯୋଗାଇ ଆସୁଥିଲେ । ହେଲେ ଗତ କିଛି ବର୍ଷ ହେବ ଏହି ଜଙ୍ଗଲଗୁଡିକ ଅଗ୍ନିକାଣ୍ଡ ପାଇଁ ନଷ୍ଟ ହୋଇ ଚାଲିଛି । ଆମାଜନ ଅଗ୍ନିକାଣ୍ଡରୁ ଏହା ଆରମ୍ଭ େ;ହାଇଛି ବୋଲି କୁହାଯାଉଛି । ବିଶ୍ୱର ଫୁସ୍ଫୁସ୍ ଭାବେ ପରିଚିତ ଏହି ଘଂଚ ଜଙ୍ଗଲ ପର୍ଯ୍ୟନ୍ତ ଅମ୍ଳଜାନ ସୃଷ୍ଟି କରିବା ସହିତ ବିଶ୍ୱକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁରୁ ବାହାରିଥିବା ଧୂଆଁ ୯ଟି ଦେଶକୁ ପ୍ରଭାବିତ କରିଛି । ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ – ଦକ୍ଷିଣ ପୂର୍ବ ଅଂଚଳରେ ଥିବା ଦୁଇଟି ଜଙ୍ଗଲିଆ କ୍ଷେତ୍ରରେ ନିଆଁ ଲାଗିଥିଲା । ଦେଖୁଦେଖୁ ଏହା ଲକ୍ଷ ଲକ୍ଷ ଜଙ୍ଗଲକୁ ବ୍ୟାପିଥିଲା । ଏହାକୁ ମହାବିନାଶ ବୋଲି କୁହାଯାଉଛି । ଶହେକୋଟିରୁ ଅଧିକ ପଶୁପକ୍ଷୀ ଏହି ଜଙ୍ଗଲ ନିଆଁରେ ପୋଡି ହୋଇଯାଇଛନ୍ତି । ଅଷ୍ଟ୍ରେଲିଆର ସୌନ୍ଦର୍ଯ୍ୟ ହେଉଛି ତାର ସବୁଜ ଜଙ୍ଗଲ । ଆଉ ସେଠାରେ ଥିବା ଭିନ୍ନ ଭିନ୍ନ ପ୍ରଜାତିର ପଶୁପକ୍ଷୀ । ହେଲେ ଏସବୁ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି । ଏହା ସହିତ ବହୁ ଦୁର୍ଲଭ ପ୍ରଜାତିର ଜୀବ ପୃଥିବୀପୃଷ୍ଠରୁ ବିଲୁପ୍ତ ହୋଇଯାଇଛନ୍ତି । ହିମାଳୟରେ ଘାସ- ମଧ୍ୟପ୍ରାଚ୍ୟର ମରୁ ଅଂଚଳ ବର୍ଷାରେ ବୁଡିଯାଉଥିବାବେଳେ ବିଶ୍ୱର ସବୁଠାରୁ ଶୀତଳ ସ୍ଥାନ ମଧ୍ୟରୁ ମନ୍ୟତମ ହିମାଳୟ ଶିଖର ଧିରେଧିରେ ଗରମ ହୋଇଚାଲିଛି । ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ ବରଫ ତରଳିବା ସହ ଏହାର ଆଖପାଖ ଅଂଚଳରେ ଘାସ ତଥା ବୁଦାଳିଆ ଗଛ ଉଠିବା ଆରମ୍ଭ ହେଲାଣି ବୋଲି ବି୍ରଟେନର ଏକ୍ସଟର ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରେ ଜଣାଯାଇଛି ।