ବେଙ୍ଗାଲୁରୁ ନାଇଟ କ୍ଲବରେ ଡ୍ରଗସ ସେବନ କରାଯାଉଛି : କୁମାର ସ୍ୱାମୀ

ବେଙ୍ଗାଲୁରୁ ନାଇଟ କ୍ଲବରେ ଡ୍ରଗସ ସେବନ କରାଯାଉଛି : କୁମାର ସ୍ୱାମୀ

ବେଙ୍ଗାଲୁରୁ ନାଇଟ କ୍ଲବରେ ଡ୍ରଗସ ସେବନ କରାଯାଉଛି : କୁମାର ସ୍ୱାମୀ
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଦାବି କରିଛନ୍ତି ଯେ ସକାଳ ୫ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ନାଇଟ ବାର ଗୁଡ଼ିକରେ ଡ୍ରଗ୍ସ ସେବନ କରାଯାଉଛି । ଡ୍ରଗ୍‍ସ ମାଧ୍ୟମରେ ସମ୍ପୃକ୍ତ ଥିବା କନ୍ନଡ ‘ସାଣ୍ଡାଲଉଡ ଫିଲ୍ମ ଇଣ୍ଡଷ୍ଟି୍ର ସଦସ୍ୟଙ୍କୁ ସିସିବି (ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ) ତଦନ୍ତ କରୁଥିବା ପ୍ରସଙ୍ଗରେ କୁମାରସ୍ୱାମୀଙ୍କୁ ପ୍ରଶ୍ନ ପଚରାଯିବାରଚୁ ସେ ଏହାର ଏଭଳି ଉତ୍ତର ରଖିଛନ୍ତି । ବେଙ୍ଗାଲୁରୁର କିଛି ବ୍ୟବସାୟୀଙ୍କର ଶ୍ରୀଲଙ୍କାରେ କ୍ୟାସିନୋ ଥିବା ବେଳେ ସେମାନଙ୍କର ଏହି ଡ୍ରଗସ ମାମଲାରେ ସମ୍ପୃକ୍ତି ଥିବା ନେଇ ସିସିବି ତଦନ୍ତ ଚଳାଇଛି । ତେବେ କୁମାର ସ୍ୱାମୀ କହିଛନ୍ତି, କ୍ୟାସିନୋ କଥା କାହିଁକି କୁହାଯାଉଛି । ବେଙ୍ଗାଲୁରୁର କିଛି ନାଇଟ ବାରରେ ମଧ୍ୟ ସକାଳ ୫ଟା ପର୍ଯ୍ୟନ୍ତ ଡ୍ରଗ୍ସ ସଂକ୍ରାନ୍ତ କାର୍ଯ୍ୟକ୍ରମ ଚାଲିଛି । କୁମାରସ୍ୱାମୀ କହିଛନ୍ତି ବେଙ୍ଗାଲୁରୁର ମାଲ୍ୟା ରୋଡରେ ଯଦି ରାତି ୧୨ଟାରେ ଅତିକ୍ରମ କରିବେ ତେବେ ତୁମେ ଜାଣିପାରିବନି ତୁମେ ଭାରତରେ ଅଛ ନା କେଉଁଠି ଅଛ । ଗତ ରବିବାର କର୍ଣ୍ଣାଟକ ଗୃହମନ୍ତ୍ରୀ ବସଭରାଜ ବୋମାଇ କହିଥିଲେ, ରାଜ୍ୟରେ ଡ୍ରଗସ ସଂକ୍ରାନ୍ତ ସ୍ଥିତି ଗମ୍ଭୀର ରହିଛି ।