ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ, ଟୁଇଟର୍‌ ଯୁଦ୍ଧ, ଜାଣନ୍ତି କିଏ କ’ଣ କହିଲେ

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ, ଟୁଇଟର୍‌ ଯୁଦ୍ଧ, ଜାଣନ୍ତି କିଏ କ’ଣ କହିଲେ

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ, ଟୁଇଟର୍‌ ଯୁଦ୍ଧ, ଜାଣନ୍ତି କିଏ କ’ଣ କହିଲେ

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏବେ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦେଶର ପୂର୍ବତନ ଖେଳାଳି। ରାୱଲପିଣ୍ଡି ଏକ୍ସପ୍ରେସ୍ ଶୋଏବ ଅଖତର ଓ ଟର୍ବନେଟର୍ ହରଭଜନ ସିଂହ ଟୁଇଟରରେ ଏକ ପ୍ରକାର ଯୁଦ୍ଧ ଲଢିବା ଆରମ୍ଭ କରିଛନ୍ତି । ଯାହାକି ମ୍ୟାଚ୍ ପୂର୍ବରୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପାକିସ୍ତାନର ଏହି ଦ୍ରୁତ ବୋଲର ପ୍ରଥମେ ଏକ କାର୍ୟ୍ୟକ୍ରମର ଫଟୋକୁ ନିଜ ଆକାଉଣ୍ଟରେ ସେୟାର୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ମୁଁ ମିଷ୍ଟର ହରଭଜନ ସିଂହଙ୍କ ସହିତ, ଯାହାଙ୍କୁ ମୁଁ ଭଲ ଭାବେ ଜାଣିଛି । ଶୋଏବଙ୍କ ଟୁଇଟର ପୋଷ୍ଟରେ କମେଣ୍ଟ ରଖି ହରଭଜନ ଲେଖିଥିଲେ, ଯେତେବେଳେ ଆପଣ ପାଖରେ ୪୦୦ରୁ ଅଧିକ ୱିକେଟ୍ ଥିବ, ସେତେବେଳେ ଯାହା ପାଖରେ ୨ ଶହ ୱିକେଟ୍ ଥିବ ତାଙ୍କୁ ଆପଣ ଜାଣିଥିବେ ।

ଏହାପରେ ଶୋଏବ ତାଙ୍କର ଆଉ ଗୋଟିଏ ଫଟୋକୁ ଟୁଇଟରରେ ପୋଷ୍ଟ କରିଥିଲେ , ଆଉ ହରଭଜନଙ୍କୁ ଜବାବ ଦେଇଥିଲେ । ଏହି ଫଟୋରେ ତାଙ୍କର ତୁଫାନୀ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଧରାଶାୟୀ ହେଉଥିବାର ଚିତ୍ର ଦେଖିବାକୁ ମିଳିଥିଲା । ଏହି ଫଟୋରେ ସଚ୍ଚିନ ତେନ୍ଦୁଲକର ଶୋଏବଙ୍କ ଏକ ବାଉନ୍ସର ବଲକୁ ସାମ୍ନା କରି ପିଚ୍ ଉପରେ ପଡିଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଶୋଏବ ଅଖତର ଓ ହରଭଜନ ସିଂହ ଉଭୟ ଭଲ ବନ୍ଧୁ । ହେଲେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଦୁହିଁଙ୍କ ଏହି ଟୁଇଟର ୱାର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତା ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଯାହାକୁ ଦର୍ଶକମାନେ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।