ମଦ ପିଇ ମହିଳା ମୃତ

ମଦ ପିଇ ମହିଳା ମୃତ

ମଦ ପିଇ ମହିଳା ମୃତ
ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ବୈଷ୍ଣୋଦେବୀ ମନ୍ଦିର ନିକଟସ୍ଥ ଶ୍ୟାମ ରାଇସ ମିଲଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ବିଷାକ୍ତ ମଦ ପିଇ ମୃତୁ୍ୟ ହୋଇଛି । ମୃତ ମହିଳା ଜଣକ ହେଲେ କୁଳମଣି କାଣ୍ଡୁଲାନା (୩୦) । ସେ ସୁନ୍ଦରଗଡ଼ ଜିଲ୍ଲାର ମୂଳନିବାସୀ । ଫୁଲମଣିଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଦେଇଥିବା ବେଳେ ଦୁଇ ପୁଅ ସୁନ୍ଦରଗଡ଼ରେ ଅଛନ୍ତି । ସେ ଏଠାରେ ଉକ୍ତ ରାଇସ ମିଲରେ କାମ କରୁଥିଲେ । ସଦର ପୁଲିସର ସୂଚନା ଅନସୁାରେ ଗତ ୧ ତାରିଖ ରାତିରେ ମିଲର ଅନ୍ୟ କର୍ମଚାରୀମାନେ ସହ ମିଶି ସେ ମଦ ପିଇଥିଲେ । ଏହା ପରେ ସେ ମିଲ ପାଖ ନିଜ କୋଠରିକୁ ଶୋଇବାକୁ ଯାଇଥିଲେ । ପରଦିନ ସକାଳୁ ସେ ନ ଉଠିବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ । ଏ ନେଇ ସଦର ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ ।