ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ବେଳେ ପୁଲିସ ପିଟିଲା, କାହିଁକି ଜାଣନ୍ତୁ

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ବେଳେ ପୁଲିସ ପିଟିଲା, କାହିଁକି ଜାଣନ୍ତୁ

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ବେଳେ ପୁଲିସ ପିଟିଲା, କାହିଁକି ଜାଣନ୍ତୁ
ବୁଏନସ ଏୟାରସ: ଅନ୍ତିମ ଦର୍ଶନ ଲାଗି ଗୁରୁବାରଠୁ ପ୍ରେସିଡେଣ୍ଟିଆଲ ପ୍ୟାଲେସଠାରେ ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ କଫିନ ରହିଛି । ନିଜର ପି୍ରୟ ଫୁଟବଲରଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ହଜାର ହଜାର ଲୋକ ସେଠାରେ ରୁଣ୍ଡ ହେଉଛନ୍ତି । ଧାଡ଼ିରେ ଯାଇ ଦର୍ଶନ କରିବାର ବ୍ୟବସ୍ଥା ହୋଇଥିଲା । ଅଧିକ ଜନଗହଳି ଦେଖି ସେଠାରେ କିଛି ଦୁର୍ବୃତ୍ତ ପକେଟମାର ସହ ମୋବାଇଲ ଚୋରିରେ ଲାଗିଥିଲେ । ଏଭଳି ଅଘଟଣ ଘଟିବାରୁ ଚୋରକୁ ଧରିବା ଲାଗି ଠେଲାପେଲା ତଥା ଏକରକମ ଦଙ୍ଗା ପରିସ୍ଥିତି ଉପୁଜିଥିଲା । ଉପସ୍ଥିତ ଥିବା ଲୋକେ ଉତ୍ତ୍ୟକ୍ତ ହୋଇ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଉପରକୁ ବୋତଲ ଫିଙ୍ଗି୍ଥିଲେ । ଗହଳିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ସେମାନଙ୍କ ଉପରକୁ ପାଣି ମାଡ଼ କରିଥିଲା । ଚୋରି ଏବଂ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା କିଛି ସନେ୍ଦହୀ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି ।