ମାର୍ଚ୍ଚରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ

ମାର୍ଚ୍ଚରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ

ମାର୍ଚ୍ଚରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ
ଭୁବନେଶ୍ୱର: ଆସନ୍ତା ମାସରେ ଦେଶରେ ବ୍ୟାଙ୍କ ଗୁଡ଼ିକ ପ୍ରାୟ ୧୦ ଦିନ ବନ୍ଦ ରହିବ । କ୍ରମାଗତ ଭାବେ ନୁହେଁ । ଭିନ୍ନ ଭିନ୍ନ ଦିନ ଗୁଡ଼ିକରେ ବ୍ୟାଙ୍କ ବନ୍ଦ ରହିବ । ସୂଚନା ଅନୁଯାୟୀ ଓଡ଼ିଶାରେ ମାର୍ଚ୍ଚ ୭, ୧୧, ୧୩, ୧୪, ୨୧, ୨୭, ୨୮ ଓ ୨୯ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୧୩ ଓ ୨୭ ତାରିଖ ଦ୍ୱିତୀୟ ଓ ଚତୁର୍ଥ ଶନିବାର ହୋଇଥିବା ବେଳେ ମାର୍ଚ୍ଚ ୭, ୧୪, ୨୧, ୨୮ ହେଉଛି ରବିବାର । ତେଣୁ ଏହି ଛଅ ଦିନ ସ୍ୱାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୧୧ ଶିବରାତି୍ର ହୋଇଥିବା ବ୍ୟାଙ୍କ ଛୁଟି ରହିବ । ଦୁଇ ସରକାରୀ ବ୍ୟାଙ୍କର ଘରୋଇ କରଣ ଘୋଷଣାକୁ ବିରୋଧ କରି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁବିଏଫୟୁ) ମାର୍ଚ୍ଚ ୧୫ ଓ ୧୬ ରେ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି । ଧର୍ମଘଟ ହେଲେ ସେହି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ ।