ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ଟିମ୍

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ଟିମ୍

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ଟିମ୍
ଭୁବନେଶ୍ୱର: ବିଜେଡି ପରେ ବିଜେପିର ଏକ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ପାଟକୁରା ନିର୍ବାଚନ ନେଇ ଫେରାଦ ବିଜେପିର ଏକ ଟିମ ଫେରାଦ ହୋଇଛନ୍ତି । ଏହି ଅବସରରେ ପାଟକୁରାରେ ୧୫୮ଟି ବୁଥ ସମ୍ବେଦନଶୀଳ ଥିବା ଦର୍ଶାଇ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଜେପି ଟିମ ପକ୍ଷରୁ ସିଇଓଙ୍କ ଠାରେ ଦାବି କରାଯାଇଛି । ଏହା ପର୍ବୂରୁ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ବିଜେଡିର ୮ ଜଣ ମହିଳା ବିଧାୟକ ପାଟକୁରା ନିର୍ବାଚନ ନେଇ ସିଇଓଙ୍କୁ ଫେରାଦ ହୋଇଥିଲେ । ପାଟକୁରାରେ ୫୬ଟି ବୁଥ ସମ୍ବେଦନଶୀଳ ଥିବା ଦର୍ଶାଇ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସମ୍ପୃକ୍ତ ପ୍ରତିନିଧି ଦଳ ସିଇଓଙ୍କୁ ଅନୁରୋଧ କରିଥିଲେ । ଏପରିକି ବିଜେପି ବୁଥ ଜବରଦଖଲ କରିବାର ଆଶଙ୍କା ଥିବା ମଧ୍ୟ ସମ୍ପୃକ୍ତ ପ୍ରତିନିଧି ଦଳ ସିଇଓଙ୍କୁ ଦର୍ଶାଇଥିଲେ ।