ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨୫ ହଜାର ଟଙ୍କା ଦେଲା ଓଡ଼ିଶା ବେସରକାରୀ ସିକ୍ୟୁରିଟି ମାଲିକ ସଂଘ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨୫ ହଜାର ଟଙ୍କା ଦେଲା ଓଡ଼ିଶା ବେସରକାରୀ ସିକ୍ୟୁରିଟି ମାଲିକ ସଂଘ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨୫ ହଜାର ଟଙ୍କା ଦେଲା ଓଡ଼ିଶା ବେସରକାରୀ ସିକ୍ୟୁରିଟି ମାଲିକ ସଂଘ
ଭୁବନେଶ୍ୱର : ଓଡ଼ିଶା ବେସରକାରୀ ସିକ୍ୟୁରିଟି ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି  । ମୁଖ୍ୟମନ୍ତ୍ରୀ ରିଲିଫ ଆକାଉଂଟକୁ ଆରଟିଜିଏସ ମାଧ୍ୟମରେ ଟଙ୍କା ପଠାଯାଇଛି  । ସମ୍ପ୍ରତି କରୋନା ମୁକାବିଲା ପାଇଁ ସାରା ଦେଶ ଅଂଟା ଭିଡ଼ିଛି  । ଏହି ପରିପ୍ରେକ୍ଷୀରେ ସିକ୍ୟୁରିଟି ମାଲିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଇଛି ବୋଲି ସଂଘର ସଭାପତି ମାନସ ଚୌଧୁରୀ ପ୍ରକାଶ କରିଛନ୍ତି  । ଲୋକମାନେ ସଚେତନ ହେବା ସହ ଲକଡାଉନକୁ କଡ଼ାକଡ଼ି ପାଳନ କରାଗଲେ କରୋନା ସଂକ୍ରମଣରୁ ଆମେ ମୁକ୍ତି  ପାଇପାରିବା ବୋଲି ସେ କହିଛନ୍ତି  । ସୂଚନାଯୋଗ୍ୟଯେ, କେ ୱାନ  ସିକ୍ୟୁରିଟି, ଅରେଂଜ  ସିକ୍ୟୁରିଟି, ନାରାୟଣୀ  ସିକ୍ୟୁରିଟି, ଜୟଦୁର୍ଗା  ସିକ୍ୟୁରିଟି, ଏକଜିକୁ୍ୟଟିଭ  ସିକ୍ୟୁରିଟି, ଏଲଆଣ୍ଡକେ  ସିକ୍ୟୁରିଟି, ମାଇଣ୍ଡ ଆର୍ଟ, ଗ୍ରୁପ ନମ୍ବର ୫  ସିକ୍ୟୁରିଟି, ଭାରତ  ସିକ୍ୟୁରିଟି, କେୟାର  ସିକ୍ୟୁରିଟି, ଜେଡ଼ ପ୍ଲସ ସୁରକ୍ଷା ସେବା, ସେଭେନ ଷ୍ଟାର ଇଂଟେଲିଜେନ୍ସ, ନିରାକାର ସିକ୍ୟୁରିଟି, ପାୟିକ ସେଂଟିନେଲ ପ୍ରାଇଭେଟ ଲିମିଟେଡ଼, ମନୋଜ ପାତ୍ର  ସିକ୍ୟୁରିଟି ଏଜେନ୍ସୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏହି ଅର୍ଥ ଦାନ କରିଛନ୍ତି  । ଏଥିପାଇଁ ସମସ୍ତ  ସିକ୍ୟୁରିଟି ସଂସ୍ଥାକୁ ଶ୍ରୀ ଚୌଧୁରୀ ଧନ୍ୟବାଦ ଜଣାଇଛନ୍ତି  ।