ମୁହଁ ଖୋଲିଲେ ବିଜୟ ମହାପାତ୍ର

ମୁହଁ ଖୋଲିଲେ ବିଜୟ ମହାପାତ୍ର

ମୁହଁ ଖୋଲିଲେ ବିଜୟ ମହାପାତ୍ର
ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଦିଲ୍ଲୀପ ରାୟ ନବୀନ ନିବାସ ଯିବା ଓ ଦିଲ୍ଲୀପ ବିଜେଡିରେ ମିଶିବେ କି ବୋଲି ପ୍ରଶ୍ନରେ ଉତ୍ତର ରଖି ଶ୍ରୀ ମହାପାତ୍ର କହିଛନ୍ତି ଯେ, ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ରହିଛି । ମୁଁ ଆଗରୁ କହିଥିଲି ୨୦୧୯ ନିର୍ବାଚନ କଠିନ ହେବ । ଏମିତି ନିର୍ବାଚନ ଓଡ଼ିଶାବାସୀ କେବେ ଆଗରୁ ଦେଖିନଥିବେ । ସେହିପରି ବିଜେଡି ଆପଣଙ୍କୁ ଯୋଗାଯୋଗ କରିବା ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେଡି ପକ୍ଷରୁ ମୋତେ ଯୋଗାଯୋଗ କରାଯାଇନାହିଁ । ବିଜେପି ଯୋଗାଯୋଗ କରିଛି କି ପ୍ରଶ୍ନରେ ଉତ୍ତର ରଖି ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେପି ନେତୃବୃନ୍ଦ ବ୍ୟକ୍ତିଗତସ୍ତରରେ କଥାବାର୍ତ୍ତା କରିଛନ୍ତି । ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଗୋଟିଏ ଦିନରେ ହିଁ ବିଜେପି ଛାଡ଼ି ଥିଲେ ।