ମେ ୩ ଯାଏ ବୃଦ୍ଧି ପାଇଲା ବିମାନ ଓ ରେଳ ଚଳାଚଳ ସେବା

ମେ ୩ ଯାଏ ବୃଦ୍ଧି ପାଇଲା ବିମାନ ଓ ରେଳ ଚଳାଚଳ ସେବା

ମେ ୩ ଯାଏ ବୃଦ୍ଧି ପାଇଲା ବିମାନ ଓ ରେଳ ଚଳାଚଳ ସେବା
ଦେଶବ୍ୟାପୀ ଲକ୍‌ଡାଉନ୍‌ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ରେଳ ସେବା ଏବଂ ବିମାନ ସେବା ପାଇଁ ନୂତନ ଘୋଷଣା କରାଯାଇଛି । ଆସନ୍ତା ମେ 3 ପର୍ଯ୍ୟନ୍ତ ବିମାନ ସେବା ଏବଂ ରେଳସେବାକୁ ବନ୍ଦ ରଖାଯାଇଛି । ପୂର୍ବରୁ ଏପ୍ରିଲ୍‌ 30 ତାରିଖ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରଖାଯାଇଥିବା ବେଳେ ଆଜି ଏହାକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ମଧ୍ୟ ଆଇଆରସିଟିସି ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଛି । ତେବେ ପୂର୍ବବତ ମାଲବାହୀ ଟ୍ରେନ୍‌ ଏବଂ କାର୍ଗୋ ବିମାନ ଚଳାଚଳ ଜାରି ରଖାଯିବ ।